ନୂଆଦିଲ୍ଲୀ: ରିୟାଲିଟି ଶୋ ‘ବିଗବସ ସିଜନ 13’ର ପ୍ରତିଯୋଗୀ ରୂପେ ନଜର ଆସିଥିବା ମାହିରା ଶର୍ମା ଏବଂ ପାରସ ଛାବ୍ରାଙ୍କୁ ଏକ ନୂଆ ମ୍ୟୁଜିକ୍ ଭିଡିଓରେ ଏକାଠି ଦେଖିବାକୁ ମିଳିବ । ଏହି ମ୍ୟୁଜିକ୍ ଭିଡିଓର ନାମ ହେଉଛି 'ରଙ୍ଗ ଲଗାୟା' । ଉଭୟେ ଏହି ଗୀତଟିକୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ସେମାନେ ଏହି ମ୍ୟୁଜିକ୍ ଭିଡିଓରେ ଏକାଠି କାମ କରିବାକୁ ଘୋଷଣା କରିଥିଲେ ।
ସଲମାନ ଖାନଙ୍କ ରିଆଲିଟି ସୋ ‘ବିଗବସ ସିଜନ 13’ ପରେ ମାହିରା ଏବଂ ପାରସ ଅନେକ ମ୍ୟୁଜିକ୍ ଭିଡିଓରେ ଏକାଠି ନଜର ଆସିଛନ୍ତି । ଏବେ ତାଙ୍କୁ ଆଉ ଏକ ନୂଆ ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିବ । ଏହି ଗୀତକୁ ରୋଚକ କୋହଲି ଏବଂ ମୋହିତ ଚୌହାନ ଗାଇଥିବାବେଳେ ଏହି ଗୀତର ଲିରିକ୍ସ କୁମାର ଲେଖିଛନ୍ତି। ଏହି ଗୀତ ମାର୍ଚ୍ଚ 17 ରେ ସରେଗାମା ମ୍ୟୁଜିକ୍ ୟୁଟ୍ୟୁବ୍ ଚ୍ୟାନେଲରେ ଲଞ୍ଚ ହେବ ।