ମୁମ୍ବାଇ: ଦେଶରେ ପ୍ରଥମ ଥର ପାଇଁ ଏଲଜିବିଟି ସମୁଦାୟ ତଥା ତୃତୀୟ ଲିଙ୍ଗକୁ ଦୃଷ୍ଟିରେ ରଖି ଡିଜିଟାଲ ବିଷୟବସ୍ତୁ ସୃଷ୍ଟି କରାଯାଉଛି | ଏହି ସମୁଦାୟ ପାଇଁ ନିର୍ମିତ ଫିଲ୍ମ, ୱେବ ସିରିଜ ଏବଂ ସଟ ଫିଲ୍ମଗୁଡ଼ିକ ବର୍ତ୍ତମାନ ଏକ ସ୍ଥାନରେ ଏକ ସମୟରେ ଦେଖିବାକୁ ପାଇବେ ଦର୍ଶକ । ଏହି ୱେବସାଇଟର ପୁରା ଧ୍ୟାନ ଏଲଜିବିଟି ସମୁଦାୟର ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ |
ତୃତୀୟ ଲିଙ୍ଗଙ୍କ ପାଇଁ ନିର୍ମାଣ ହେବ ସ୍ବତନ୍ତ୍ର ଓଟିଟି ଆପ - ଏଲଜିବିଟି ସମୁଦାୟଙ୍କ ପାଇଁ ସିଧାସଳକ ମୋବାଇଲାରେ ଉପଲବ୍ଧ ହେବା ଓଟିଟି ଆପ
ଖୁବଶୀଘ୍ର ଏଲଜିବିଟି ସମୁଦାୟଙ୍କ ପାଇଁ ସିଧାସଳଖ ମୋବାଇଲରେ ଉପଲବ୍ଧ ହେବାକୁ ଯାଉଛି ସ୍ବତନ୍ତ୍ର ଆପ୍ । ଅଧିକା ପଢନ୍ତୁ...
![ତୃତୀୟ ଲିଙ୍ଗଙ୍କ ପାଇଁ ନିର୍ମାଣ ହେବ ସ୍ବତନ୍ତ୍ର ଓଟିଟି ଆପ ଫଟୋ ସୌଜନ୍ୟ: ସୋସିଆଲ ମିଡିଆ](https://etvbharatimages.akamaized.net/etvbharat/prod-images/768-512-7462088-501-7462088-1591194549453.jpg)
ଏହି ୱେବସାଇଟ ସମାଜର ସାଧାରଣ ଲୋକଙ୍କ ମଧ୍ୟରେ ଏଲଜିବିଟି ସମୁଦାୟ ବିଷୟରେ ସେମାନଙ୍କ ମତ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବ । ଏଥି ସହିତ ଏହି ପଛୁଆ ସମୁଦାୟର ଅଧିକାରକୁ ସମାନ କରିବା ପାଇଁ ମଧ୍ୟ ବାର୍ତ୍ତା ଦିଆଯିବ ।
ପ୍ରକାଶ ଥାଉକି ଭାରତ ହେଉଛି 1.25 ବିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ, ଯେଉଁଥିରେ ସମଲିଙ୍ଗୀ ଏବଂ ଏଲଜିବିଟି ସମୁଦାୟର ଜନସଂଖ୍ୟା ପ୍ରାୟ 20 ଲକ୍ଷ । ଯଦି ଏହି 20 ଲକ୍ଷରୁ 5 ଲକ୍ଷ ଲୋକ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ଏହି ୱେବସାଇଟ ପ୍ରତି ଆକର୍ଷିତ ହୁଅନ୍ତି । ତେବେ ଏହି ୱେବସାଇଟ ସଫଳ ହୋଇପାରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଆଉ ଖୁବଶୀଘ୍ର ଏଲଜିବିଟି ସମୁଦାୟଙ୍କ ପାଇଁ ସିଧାସଳକ ମୋବାଇଲାରେ ଉପଲବ୍ଧ ହେବାକୁ ଯାଉଛି ।