ଓଡିଶା

odisha

ETV Bharat / sitara

ପ୍ରତ୍ୟୁଷାଙ୍କ ମୃତ୍ୟୁର 5 ବର୍ଷ ପରେ ବଡ ଖୁଲାସା କଲେ ବୟଫ୍ରେଣ୍ଡ ରାହୁଲ - ପ୍ରତ୍ୟୁଷାଙ୍କ କଥିତ ବୟଫ୍ରେଣ୍ଡ ରାହୁଲ ରାଜ

ଏଯାବତ ଟିଭି ଅଭିନେତ୍ରୀ ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ରହସ୍ୟ ସାମ୍ନାକୁ ଆସିନାହିଁ । ବୟଫ୍ରେଣ୍ଡ ରାହୁଲଙ୍କ ଉପରେ ଚାଲିଛି କେସ୍ । ଆଶ୍ଚର୍ଯ୍ୟକର ଖୁଲାସା କରି ଚର୍ଚ୍ଚାରେ ରାହୁଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Jun 22, 2021, 10:32 AM IST

ମୁମ୍ବାଇ: କିଛି ଦିନରୁ ଚର୍ଚ୍ଚାରେ ଦିବଂଗତ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ । ନିକଟରେ ତାଙ୍କ ସହ ରିଲେସନଶିପରେ ଥିବା କଥା କହିଥିଲେ ପ୍ରଯୋଜକ ବିକାଶ ଗୁପ୍ତା । ଯାହାକୁ ନେଇ କିଛି ଦିନରୁ ସେ ସମସ୍ତଙ୍କ ସମାଲୋଚନାର ଶିକାର ହୋଇଆସୁଛନ୍ତି । ତାଙ୍କର ଏହି ବିବାଦୀୟ ବୟାନକୁ ଆଧାର କରି ତାଙ୍କୁ ଟାର୍ଗେଟ କରିଥିଲେ ପ୍ରତ୍ୟୁଷାଙ୍କ କଥିତ ବୟଫ୍ରେଣ୍ଡ ରାହୁଲ ରାଜ । ଇତିମଧ୍ୟରେ ବଡ ଖୁଲାସା କରିଛନ୍ତି ରାହୁଲ । ସେ ଅଭିନେତ୍ରୀଙ୍କ ସୁଇସାଇଡର କାରଣ ବିଷୟରେ ଜଣାଇଛନ୍ତି ।

କଥାଟି ହେଲା ଯେ ନିକଟରେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ ରାହୁଲଙ୍କ ଉପରେ ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ଅଭିଯୋଗ ଲଗାଇଥିଲେ । ସେହିପରି ଏଯାବତ କୋର୍ଟରେ ଏହି ମାମଲା ଚାଲିଛି । ହେଲେ କାମ୍ୟାଙ୍କ ଅଭିଯୋଗ ପରେ ରାହୁଲ ଜଣାଇଛନ୍ତି ଯେ ସେ ବିକାଶ ଓ କାମ୍ୟାଙ୍କ ଉପରେ ମାନହାନୀ ମକଦ୍ଦମା ଦାୟର କରିବେ ।

ଆଉ କହିଛନ୍ତି , ‘ପ୍ରତ୍ୟୁଷା ମୋ ପାଇଁ ନୁହେଁ ବରଂ ନିଜ ପରିବାର ପାଇଁ ଆତ୍ମହତ୍ୟା କରିଥିଲେ । କୋଭିଡ ପାଇଁ ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ମାମଲାର ଶୁଣାଣି ବିଳମ୍ବ ହେଉଛି । ହେଲେ ମୁଁ ସେହି ଦିନକୁ ଅପେକ୍ଷା କରିଛି ଯେବେ କୋର୍ଟ ମତେ କ୍ଲିନ ଚିଟ୍ ଦେବେ ।’

ପ୍ରକାଶ ଥାଉକି 2016ରେ ଆତ୍ମହତ୍ୟା କରିଥିବା ପ୍ରତ୍ୟୁଷାଙ୍କ ମୃତ୍ୟୁ ଅଭିଯୋଗ ତାଙ୍କ ବୟଫ୍ରେଣ୍ଡ ରାହୁଲଙ୍କ ଉପରେ ଲାଗିଛି । ଏଯାବତ ଏହି ମାମଲାରେ କେସ୍ ମଧ୍ୟ ଚାଲିଛି ।

ABOUT THE AUTHOR

...view details