ଓଡିଶା

odisha

ETV Bharat / sitara

ବିବାହ ବନ୍ଧନରେ ବାନ୍ଧି ହେଲେ 'କୁଣ୍ଡଳୀ ଭାଗ୍ୟ' ଷ୍ଟାର ଶ୍ରଦ୍ଧା

ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଅଭିନେତ୍ରୀ ତଥା 'କୁଣ୍ଡଳୀ ଭାଗ୍ୟ' ଷ୍ଟାର ଶ୍ରଦ୍ଧା ଆର୍‌ୟା । ଇଷ୍ଟାଗ୍ରାମରେ ସ୍ବାମୀଙ୍କ ସହ ସେୟାର କଲେ ଫଟୋ । ଅଧିକ ପଢନ୍ତୁ

By

Published : Nov 18, 2021, 10:47 AM IST

ବିବାହ ବନ୍ଧନରେ ବାନ୍ଧି ହେଲେ 'କୁଣ୍ଡଳୀ ଭାଗ୍ୟ' ଷ୍ଟାର ଶ୍ରଦ୍ଧା
ବିବାହ ବନ୍ଧନରେ ବାନ୍ଧି ହେଲେ 'କୁଣ୍ଡଳୀ ଭାଗ୍ୟ' ଷ୍ଟାର ଶ୍ରଦ୍ଧା

ନୂଆଦିଲ୍ଲୀ:ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଅଭିନେତ୍ରୀ ତଥା 'କୁଣ୍ଡଳୀ ଭାଗ୍ୟ' ଷ୍ଟାର ଶ୍ରଦ୍ଧା ଆର୍‌ୟା । ବିବାହ ସମୟର ଏକ ଫଟୋ ଇଷ୍ଟାଗ୍ରାମର ସେୟାର କରିଛନ୍ତି ଶ୍ରଦ୍ଧା । ଆଉ କ୍ୟାପସନରେ #justmarried #sraddhaAaryanagpal ବୋଲି ଲେଖିଛନ୍ତି । ଏହି ଫଟୋରେ ଶ୍ରଦ୍ଧା ଏକ ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଥିବା ସହ ଦୁଲହନ ବେଶରେ ସଜେଇ ହୋଇଛନ୍ତି ଏବଂ ତାଙ୍କ ସ୍ବାମୀ ରାହୁଲ ନାଗପାଲ ମଧ୍ୟ ମୁଣ୍ଡରେ ନାଲି ରଙ୍ଗର ପଗଡି ସହ ଧଳା ରଙ୍ଗର ସେରଓ୍ବାନି ପିନ୍ଧିଥିବା ଦେଖିବାକୁ ମିଳିଛି ।

ବିବାହ ବନ୍ଧନରେ ବାନ୍ଧି ହେଲେ 'କୁଣ୍ଡଳୀ ଭାଗ୍ୟ' ଷ୍ଟାର ଶ୍ରଦ୍ଧା

ଗତ ମଙ୍ଗଳବାର ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଗତକାଲି ଏହି ଫଟୋଟିକୁ ସେ ଇଷ୍ଟାଗ୍ରାମରେ ସେୟାର କରିଥିଲେ । ଶ୍ରଦ୍ଧା ପୂର୍ବରୁ ଅନେକ ଧାରାବାହିକ ଓ ଫିଲ୍ମରେ ଅଭିନୟ କରିଥିବା ବେଳେ କୁଣ୍ଡଳୀଭାଗ୍ୟରୁ ଲୋକପ୍ରିୟତା ଅର୍ଜନ କରିଥିଲେ । ଏହାସହିତ ସେ ଟିଭି ସିରିଏଲ 'ମେଁ ଲକ୍ଷ୍ମୀ ତେରେ ଆଙ୍ଗନ କି', 'ତୁମହାରି ପାଖି' ଓ 'ଡ୍ରିମଗର୍ଲ'ରେ ଅଭିନୟ କରିଛନ୍ତି ।

ABOUT THE AUTHOR

...view details