ଓଡିଶା

odisha

ETV Bharat / sitara

କୋରୋନା କବଳରେ 'କୁଲଫି କୁମାର ବାଜେୱାଲା'ର ସିକନ୍ଦର ସିଂ ଗିଲ - କୋରୋନା କବଳରେ 'କୁଲଫି କୁମାର ବାଜେୱାଲା'ର ସିକନ୍ଦର

'କୁଲଫି କୁମାର ବାଜେୱାଲା'ର ସିକନ୍ଦର ସିଂ ଗିଲଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିଛି । ଅଧିକ ପଢନ୍ତୁ...

kulfi-kumar-bajewala-actor-mohit-malik-tested-corona-positive
କୋରୋନା କବଳରେ 'କୁଲଫି କୁମାର ବାଜେୱାଲା'ର ସିକନ୍ଦର ସିଂ ଗିଲ

By

Published : Jan 16, 2021, 8:14 PM IST

ନୂଆଦିଲ୍ଲୀ : ଟେଲିଭିଜନ ସୋ 'କୁଲଫି କୁମାର ବାଜେୱାଲା'ରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ମୋହିତ କୁମାର କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମୋହିତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ବିଷୟରେ ସୂଚନା ଦେଇଛନ୍ତି ।

ଏକ ପୋଷ୍ଟ ସେୟାର କରି ମୋହିତ କହିଛନ୍ତି ଯେ, ମୁଁ ଏବେ କ୍ବାରେଣ୍ଟାଇନରେ ଅଛି ।

ମୋହିତଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଅନୁଯାୟୀ, ସେ କିଛି ଦିନ ହେବ ଜ୍ବର ଅନୁଭବ କରୁଥିଲେ ଯାହା ପରେ ସେ ତାଙ୍କ କୋରୋନା ଟେଷ୍ଟ କରିଥିଲେ ଯେଉଁଥିରେ ତାଙ୍କ ରିପୋର୍ଟ ପଜିଟିଭ ବୋଲି ଜଣାପଡିଥିଲା। ଏଥି ସହିତ, ତାଙ୍କ ଗର୍ଭବତୀ ପତ୍ନୀ ଆଦିତୀ ମଧ୍ୟ ନିଜର କୋରୋନା ଟେଷ୍ଟ କରିଥିଲେ । କିନ୍ତୁ ଆଦିତୀଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି ।

ଏହି ପୋଷ୍ଟ ମାଧ୍ୟମରେ ମୋହିତ କହିଛନ୍ତି ଯେ, କିଛି ଦିନ ହେବ ମୋ ସହ ଯୋଗାଯୋଗ କରିଥିବା ସମସ୍ତେ ନିଜର କୋରୋନା ଟେଷ୍ଟ କରିବାକୁ ସେ ଅନୁରୋଧ କରିଥିଲେ । ଦୟାକରି ପ୍ରାର୍ଥନା କରନ୍ତୁ ଯେ ଶୀଘ୍ର ସମସ୍ତେ କୋରୋନାରୁ ମୁକ୍ତି ପାଆନ୍ତୁ ଏବଂ ଆମେ ପୂର୍ବ ପରି ସାଧାରଣ ଜୀବନଯାପନ କରିପାରିବା ।

ପ୍ରକାଶ ଥାଉ କି, ମୋହିତ ଏବଂ ତାଙ୍କ ପତ୍ନୀ ଖୁବ୍ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି ।

ABOUT THE AUTHOR

...view details