ଓଡିଶା

odisha

ETV Bharat / sitara

ଭୋଜପୁରୀ ଡାଇଲଗ ସହ ଖେସରିଲାଲଙ୍କୁ ସ୍ବାଗତ କଲେ ସଲମାନ - ଭୋଜପୁରୀ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ଖେସରିଲାଲା ଯାଦବ

ଏଥର ବିଗ ବସ ସିଜନ 13 ହେବାକୁ ଯାଉଛି ମଜାଦାର । କାରଣ ଶେରେ ଏଣ୍ଟ୍ରି କରିଛନ୍ତି ଭୋଜପୁରୀ ଲୋକପ୍ରିୟ ଅଭିନେତା ଖେସରିଲାଲ । ସଲମାନଙ୍କ ସହ ମସ୍ତି କରୁଥିବାର ଆସିଲେ ନଜର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ ଫ୍ୟାନକ୍ଲବ

By

Published : Oct 29, 2019, 9:41 AM IST

ମୁମ୍ବାଇ: ସଲମାନ ଖାନଙ୍କ ଛୋଟ ପରଦାର ପପୁଲାର ଶୋ ବିଗ ବସ ସିଜନ 13 ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ । ପ୍ରାୟତଃ ପ୍ରତିଯୋଗୀଙ୍କ ଝଗଡା ଦେଖି ଏଜନୟ କରୁଛନ୍ତି ଦର୍ଶକ । ବିଗ ବସ ହାଉସରୁ ଏଯାବତ ତିନି ପ୍ରତିଯୋଗାୀ ବାହାରିସାରିଲେଣି । ଏଲିମିନେଟ ହୋଇଥିବା ପ୍ରତିଯୋଗୀ ହେଲେ ଦିଲଜିତ କୌର, ଅବୁ ମଲିକ ଓ କୋଏନା ମିତ୍ର । ଇତିମଧ୍ୟରେ ଶୋକୁ ନେଇ ବଡ ଖବର ସାମ୍ନାକୁ ଆସିଛି ।

ଆଜ୍ଞା ହଁ, ଏହି ଶୋରେ ଏବେ ଭୋଜପୁରୀ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ଖେସରିଲାଲା ଯାଦବଙ୍କ ୱାଇଲ୍ଡ କାର୍ଡ ଏଣ୍ଡ୍ରି ହୋଇଛି । ଗତ ରବିବାର ଏପିସୋଡରେ ଖେସରିଲାଲଙ୍କ ଏଣ୍ଟ୍ରି ହୋଇଥିଲା । ଯେଉଁଠାରେ ସେ ସଲମାନଙ୍କ ସହ ଖୁବ୍ ମସ୍ତି କରିଥିଲେ । ଆଉ ସବୁଠାରୁ ମଜାଦାର ଥିଲା ଯେତେବେଳେ ସଲମାନ ଖାନ ଭୋଜପୁରୀରେ ଖେସରିଲାଲଙ୍କ ଡାଇଲଗ କହିଥିଲେ । ସେଠାରେ ଉପସ୍ଥିତ ଥିବା ସବୁ ଦର୍ଶକ ସଲମାନଙ୍କ ଓଠରୁ ଭୋଜପୁରୀ ଶୁଣି ଖୁବ ହସିଥିଲେ । ଅନ୍ୟପଟେ ଖେସରିଲାଲ କହିଥିଲେ ଯେ ସେ ସଲମାନଙ୍କ ବଡ ଫ୍ୟାନ । ତାଙ୍କ କଥା ଶୁଣି ସଲମାନ ହସିଦେଇଥିଲେ ।

ପ୍ରକାଶ ଥାଉକି ଖେସରିଲାଲ ନିଜ ଅଭିୟନ ଏବଂ ଶାନଦାର କଣ୍ଠ ପାଇଁ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ସମସ୍ତଙ୍କ ଫେଭରେଟ । ଭୋଜପୁରୀ ଯୁବ ଦର୍ଶକଙ୍କ ମଧ୍ୟରେ ଖୁବ୍ ଫେମସ ଖେସରିଲାଲ । ଏହି କାରଣ ପାଇଁ ଖେସରିଲାଲଙ୍କ ଗୀତ ଏବଂ ଫିଲ୍ମ ଇଣ୍ଟରନେଟରେ ପ୍ରାୟତଃ ଭାଇରାଲ ହେଉଥାଏ । ଏବର୍ଷ ଖେସରିଲାଲ ଅନେକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ।

ABOUT THE AUTHOR

...view details