ହାଇଦ୍ରାବାଦ: ନିକଟରେ ବି-ଟାଉନ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ତାଙ୍କ ସମର୍ପିତ ସ୍ବାମୀର ଲୁକ ପୋଷ୍ଟ କରି ଚର୍ଚ୍ଚାର ଶୀର୍ଷରେ । କାର୍ତ୍ତିକଙ୍କର ଏହି ଲୁକ ପ୍ରଶଂସକମାନଙ୍କୁ ବେଶ ପସନ୍ଦ ଆସିଥିବାବେଳେ ତାଙ୍କୁ ହଠାତ ଚିହ୍ନିବା ବି ମୁଶକିଲ ପ୍ରାୟ । କିନ୍ତୁ କାର୍ତ୍ତିକଙ୍କର ଏହି ଲୁକକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇ ଏହାକୁ ନେଇ ପ୍ରସ୍ତୁତ ହୋଇଛି ଅନେକ ମିମି । ଯାହା ଦେଖି ଏବେ କାର୍ତ୍ତିକ ଦେଇଛନ୍ତି ନିଜର ପ୍ରତିକ୍ରିୟା...
କାର୍ତ୍ତିକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଭାଇରାଲ ହୋଇଥିବା ପ୍ରାୟ ମିମିକୁ ସେୟାର କରି ଶୀର୍ଷକରେ ଲେଖିଛନ୍ତି, 'ଚିଣ୍ଟୁ ତ୍ୟାଗୀ ଭାଇରାଲ ହୋଇଗଲେ । ଏତେସାରା ଭଲପାଇବା ଦେଇଥିବାରୁ ତାଙ୍କ ତରଫରୁ ଧନ୍ୟବାଦ । ଏବେ ସେ ତାଙ୍କ ପ୍ରେମିକାଙ୍କ ସହ ବୁଲୁଛନ୍ତି, ଖୁବଶିଘ୍ର ପତ୍ନୀଙ୍କ ସହ ଦେଖା ଦେବେ #ପତି ପତ୍ନୀ ଔର ୱରେ ।'