ଓଡିଶା

odisha

ETV Bharat / sitara

ତୃତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି କରଣଭୀର, ଡ୍ୟାନ୍ସ କରି ଡାକ୍ତରଖାନାରେ ପହଞ୍ଚିଲେ - Karanvir Bohra enters hospital dancing

ଟେଲିଭିଜନ ଅଭିନେତା କରଣଭୀର ବୋହରା ଏବଂ ଟିଜେ ସିଦ୍ଧୁ ପିତାମାତା ହେବାକୁ ଯାଉଛନ୍ତି । ଯାହାକୁ ନେଇ କରଣଭୀର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ କରଣଭୀର ଡ୍ୟାନ୍ସ କରି କରି ଡାକ୍ତରଖାନାରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

Karanvir Bohra enters hospital dancing as he awaits good news anytime soon
ତୃତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି କରଣଭୀର,ଡ୍ୟାନ୍ସ କରି ଡାକ୍ତରଖାନାରେ ପହଞ୍ଚିଲେ

By

Published : Dec 20, 2020, 10:08 PM IST

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତା କରଣଭୀର ବୋହରା ଏବଂ ଟିଜେ ସିଦ୍ଧୁ ପିତାମାତା ହେବାକୁ ଯାଉଛନ୍ତି । ସେମାନେ ତୃତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି ।

ଯାହାକୁ ନେଇ କରଣଭୀର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ କରଣଭୀର ଡ୍ୟାନ୍ସ କରି କରି ଡାକ୍ତରଖାନାରେ ପହଞ୍ଚିଛନ୍ତି । ଏଥିସହିତ ତାଙ୍କ ହାତରେ ବେବି କାର ସିଟ୍ ଧରିଥିବାର ଦେଖିବାକୁ ମିଳିଥିଲା ।

କହିବାକୁ ଗଲେ, କରଣଭୀର ପୁଣି ଥରେ ପିତା ହେବାକୁ ନେଇ ବହୁ ଉତ୍ସାହିତ ଅଛନ୍ତି ।

କରଣଭୀର ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି, 'ହସ୍ପିଟାଲ ମୋତେ ଲାଗୁଛି ଯେମିତି 'ଲଭ ମେରା ହିଟ୍-ହିଟ୍' ଯେକୌଣସି ସମୟରେ ଭଲ ଖବର ଆସିପାରେ । ପୁଅ କିମ୍ବା ଝିଅ ହେଉ, ମୁଁ ଭାଗ୍ୟବାନ ହେବି ।

କରଣଭୀର ବେଲା ଏବଂ ବିଏନା ନାମକ ଦୁଇ ଝିଅଙ୍କ ପିତା। କରଣଭୀର ଏବଂ ଟିଜେ ବର୍ତ୍ତମାନ କାନାଡାରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details