ନୂଆଦିଲ୍ଲୀ: ଟେଲିଭିଜନ ଶୋ "ୟେ ରିସ୍ତା କ୍ୟା କେହଲତା"ର ନୈତିକ ତଥା କରଣ ମେହେରା ଖୁବ୍ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ନଜର ଆସିବେ । ଏହା ତାଙ୍କର ପ୍ରଥମ ୱେବ୍ ସିରିଜ୍ ହେବ ଯେଉଁଥିରେ କରଣଙ୍କୁ ଡବଲ୍ ରୋଲରେ ଦେଖିବାକୁ ମିଳିବ ।
ରିଆଲିଟି ସୋ ଏବଂ ସିରିଏଲ ଗୁଡିକରେ କରଣ ସର୍ବଦା ଦର୍ଶକଙ୍କ ହୃଦୟ ଜିତି ଆସିଛନ୍ତି ।
ନିକଟରେ କରଣଙ୍କ ରିଲିଜ୍ ହୋଇଥିବା ମ୍ୟୁଜିକ୍ ଭିଡିଓ 'ତେରା ମାସୁମ୍ ଚେହେରା' ମଧ୍ୟ ବହୁ ଚର୍ଚ୍ଚାରେ ଅଛି ।
ଟିଭି ଏବଂ ଅନେକ ମ୍ୟୁଜିକ୍ ଭିଡିଓରେ ଦେଖାଯିବା ପରେ, ଏବେ କରଣଙ୍କୁ ତାଙ୍କର ପ୍ରଶଂସକମାନେ ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମ ପ୍ରୋଜେକ୍ଟରେ ଦେଖିବେ ।
କରଣ ନିଜର ଓଟିଟି ଡେବ୍ୟୁ ବିଷୟରେ କହିଛନ୍ତି ଯେ, "ଏହା ଏକ ଭଲ ପ୍ରୋଜେକ୍ଟ । ଏହି ୱେବ୍ ସିରିଜରେ ମୋର ଡବଲ୍ ରୋଲ ରହିଛି । ଯେଉଁଥିରେ ମୁଁ ଉଭୟ ନେଗେଟିଭ ଏବଂ ପଜିଟିଭ ଭୂମିକାରେ ଅଭିନୟ କରୁଛି । ଏହା ମୋ ପାଇଁ ବହୁତ ଭିନ୍ନ । ଏପର୍ଯ୍ୟନ୍ତ ମୁଁ ଓଟିଟି ପ୍ଲାଟଫର୍ମରେ କିଛି କରି ନାହିଁ ଏବଂ ଏହା ହେଉଛି ଏହି ପ୍ଲାଟଫର୍ମରେ ମୋର ଡେବ୍ୟୁ । ଦୀର୍ଘ ଦିନ ଧରି ବହୁତ ଚର୍ଚ୍ଚା ଚାଲିଥିଲା, କିନ୍ତୁ ବର୍ତ୍ତମାନ ମୁଁ ଓଟିଟିରେ ପାଦ ଦେଇଛି । ମତେ ବହୁତ ଖୁସି ଲାଗୁଛି । "