ଓଡିଶା

odisha

ETV Bharat / sitara

ଝିଅ ପାଇଁ ପୁଣି ଏକାଠି ହେଲେ ଟେଲି ଜଗତର ଏହି ଯୋଡି

ଝିଅ ସମାୟରା ପାଇଁ ଟେଲି ଅଭିନେତ୍ରୀ ଜୁହୀ ପରମାର ଓ ସଚିନ ଶ୍ରଫ ଏକାଠି ହେଲେ । ପ୍ରଥମେ ଆମେ ପିତା-ମାତା ପରେ ଆଉ ସବୁ କିଛି ବୋଲି ମିଡିଆକୁ କହିଛନ୍ତି ଏହି ଯୋଡି ।

By

Published : May 25, 2019, 7:17 PM IST

ଡିଜାଇନ ଫଟୋ

ମୁମ୍ବାଇ: ଛୋଟ ପରଦାର ଫେମସ ଧାରାବାହିକ 'କୁମକୁମ'ରୁ ସମସ୍ତଙ୍କ ହୃଦୟରେ ରାଜ କରିଥିବା ଅଭିନେତ୍ରୀ ଜୁହୀ ପରମାର 2009ରେ ଟିଭି ଅଭିନେତା ସଚିନ ଶ୍ରଫଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ଦୁଇଜଣଙ୍କ ବିବାହରେ ଦେଖା ଦେଇଥିଲା ସମସ୍ୟା । ଯାହାଦ୍ବାରା 2018ରେ ଦୁଇଜଣ ପରସ୍ପର ଠାରୁ ଛାଡପତ୍ର ନେଇଥିଲେ । ଏବେ ଶୁଣିବାକୁ ମିଳୁଛି ଯେ ଦୁଇଜଣ ପୁଣି ଏକାଠି ହୋଇଛନ୍ତି ।

କଥାଟି ହେଲା କି ଦୁଇଜଣ 6 ବର୍ଷର ଝିଅ ସମାୟରା ପାଇଁ ପୁଣିଥରେ ଏକାଠି ହୋଇଛନ୍ତି । ସମାୟରା ପୂର୍ବରୁ ମା' ଜୁହୀ ସହ ରହୁଥିଲେ । କିନ୍ତୁ ଏବେ ପିତା-ମାତଙ୍କ ସହ ରହିବାକୁ ଯାଉଛନ୍ତି ସେ ।

ପ୍ରକାଶ ଥାଉକି ମେ 22ରେ ଦୁଇଜଣ ଝିଅ ସହ ମୁମ୍ବାଇରେ ଫିଲ୍ମ 'ଆଲାଦିନ'ର ସ୍ପେଶାଲ ସ୍କ୍ରିନିଂରେ ନଜର ଆସିଥିଲେ । ମିଡିଆ କ୍ୟାମେରାରୁ ପରସ୍ପରକୁ ବଞ୍ଚାଇ ଯାଇ ଦୁଇଜଣ ଥିୟଟରକୁ ବ୍ୟାକ ଗେଟରେ ଏଣ୍ଟ୍ରି କରିଥିଲେ ।

ଅନ୍ୟପଟେ ଫିଲ୍ମ ଶେଷ ହେଲା ପରେ ଦୁଇଜଣ ମିଡିଆକୁ କହିଥିଲେ କି ସେ ପ୍ରଥମେ ପିତା-ମାତା ପରେ ଆଉ କିଛି । ଦୁଇଜଣ ମିଶି ଏହା ନିଷ୍ପତ୍ତି ନେଇଛନ୍ତି କି ନିଜ ନିଜର ସବୁ ସମସ୍ୟା ଦୂରରେ ରଖି ଝିଅର ପାଳନପୋଷଣ ଠିକ୍ ରୂପେ କରିବେ । ଛାଡପତ୍ର ପାଇଁ ଆମେ ଝିଅ ଠାରୁ ଅଲଗା ହେଉନାହୁଁ । ବର୍ତ୍ତମାନ ଆମେ ପଜେଟିଭ ଜୋନରେ ଅଛୁ ଏବଂ ମିଡିଆକୁ ଏପିଲ କରୁଛି କି ଆମକୁ ସପୋର୍ଟ କରନ୍ତୁ ବୋଲି ।

ABOUT THE AUTHOR

...view details