ଓଡିଶା

odisha

ETV Bharat / sitara

ବାପା ହେବାକୁ ଯାଉଛନ୍ତି ନକୁଲ ମେହେତା, ସେୟାର କଲେ ଗୁଡନ୍ୟୁଜ - ବାପା ହେବାକୁ ଯାଉଛନ୍ତି ନକୁଲ ମେହେତା

ଟେଲିଭିଜନ ଶୋ ଇଶକବାଜ୍ ଫେମ ଅଭିନେତା ନକୁଲ ମେହେତା ପିତା ହେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

ishqbaaaz-actor-nakuul-mehta-expecting-first-child
ବାପା ହେବାକୁ ଯାଉଛନ୍ତି ନକୁଲ ମେହେତା, ସେୟାର କଲେ ଗୁଡନ୍ୟୁଜ

By

Published : Nov 7, 2020, 10:56 PM IST

ନୂଆଦିଲ୍ଲୀ: ଟେଲିଭିଜନ ଶୋ ଇଶକବାଜ୍ ଫେମ ଅଭିନେତା ନକୁଲ ମେହେତାଙ୍କ ଘରକୁ ଖୁବ ଶୀଘ୍ର ନୂଆ ଅତିଥି ଆସିବ । ନକୁଲ ପିତା ହେବାକୁ ଯାଉଛନ୍ତି ଏବଂ ତାଙ୍କ ପତ୍ନୀ ଜାନକୀ ପାରେଖ ମା ହେବାକୁ ଯାଉଛନ୍ତି ।

ଅଭିନେତା ନିଜେ ଏହି ଖବରକୁ ଏକ ଖାସ ଅନ୍ଦାଜରେ ପ୍ରଶଂସକମାନଙ୍କ ସହ ସେୟାର କରିଛନ୍ତି ।

ନକୁଲ ଏକ ମୋଣ୍ଟେଜ୍ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ପତ୍ନୀଙ୍କ ସହ ତାଙ୍କର ସମସ୍ତ ସ୍ପେଶାଲ ମୁହୂର୍ତ୍ତକୁ ରଖିଛନ୍ତି । ଭିଡିଓ ଶେଷରେ ସେ ବାପା ହେବାକୁ ଯାଉଛନ୍ତି ବୋଲି ଏକ ଖୁସି ଖବର ଘୋଷଣା କରିଥିଲେ | ଭିଡିଓରେ ଉଭୟଙ୍କ କେମେଷ୍ଟ୍ରି ବହିତ ସୁନ୍ଦର ଦେଖାଯାଉଥିଲା ।

ନକୁଲ ଏହି ଖବର ସେୟାର କରିବା ମାତ୍ରେ ସେଲିବ୍ରିଟିଙ୍କ ସହ ବହୁ ଫ୍ୟାନ୍ସ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ନକୁଲ ଏବଂ ଜାନକୀ ଜାନୁଆରୀ 2012ରେ ବିବାହ କରିଥିଲେ ।

ନକୁଲଙ୍କ ଟେଲିଭିଜନ ଶୋ ଇଶକବାଜ୍ ପାଇଁ ବେଶ ଜଣାଶୁଣା । ଏହି ଶୋ’ରେ ତାଙ୍କ ନାମ ଥିଲା ଶିବ ସିଂ ଓବରୋଇ ।

ABOUT THE AUTHOR

...view details