ହାଇଦ୍ରାବାଦ: ଭାରତୀୟ ଟେଲିଭିଜନ ଚ୍ୟାନେଲ୍ସକୁ 24 ଘଣ୍ଟା ପାଇଁ ନେପାଳରେ ବ୍ୟାନ କରାଯାଇଛି । ତେବେ ଏହାକୁ ବନ୍ଦ କରିଛି ନେପାଳ କେବଲ ଟେଲିଭିଜନ ସଂଘ । ତେବେ ନେପାଳ ସରକାର କେ ପି ଓଲି ନିକଟରେ ଏକ ବିଜ୍ଞାପନ ବିଲ ଲୋକସଭାରେ ଆଗତ କରିଛନ୍ତି । ଯାହକୁ ବିରୋଧ କରିଛି ଏହି ସଂଘ ।
ନେପାଳରେ 24 ଘଣ୍ଟା ପାଇଁ ବ୍ୟାନ ହେଲା ଭାରତୀୟ ଟେଲିଭିଜନ - advertising bill
ଭାରତୀୟ ଟେଲିଭିଜନ ସିରିଏଲକୁ 24 ଘଣ୍ଟା ପାଇଁ ନେପାଳରେ ବ୍ୟାନ କରାଯାଇଛି । ବିଜ୍ଞାପନ ବିଲକୁ ବିରୋଧ କରି ନେପାଳ ଟେଲିଭିଜନ କେବଲ ସଂଘ ବ୍ୟାନ କରିଛି ।
ଡିଜାଇନ ଫଟୋ
ତେବେ ନେପାଳ ବାସିନ୍ଦା ଭାରତୀୟ ଚ୍ୟାନେଲ ନ୍ୟୁଜ ଅପେକ୍ଷା ସିରିଏଲକୁ କାଫି ପସନ୍ଦ କରିଥାଆନ୍ତି । ‘କୁଲଫି କୁମାର ବାଜେୱାଲା’, ‘ୟେ ରିସ୍ତା କ୍ୟା କେହେଲାତା ହେ’, ‘ଦି କପିଲ ଶର୍ମା ଶୋ’ ଆଦି ଶୋ' କୁ ନେପାଳି ବାସିନ୍ଦା ଦେଖିବାକୁ ଭଲ ପାଆନ୍ତି । ତେବେ ଏହି ଆନ୍ଦୋଳନ ଫଳରେ ପ୍ରାୟ 24 ଘଣ୍ଟା ଭାରତୀୟ ଟେଲିଭିଜନକୁ ନେପାଳରେ ବନ୍ଦ କରାଯାଇଥିଲା ।
ତେବେ ଭାରତୀୟ ବ୍ରୋଡକାଷ୍ଟର କିନ୍ତୁ ପୂର୍ବରୁ କହି ସାରିଥିଲେ ସେ ଏନେଇ କୌଣସି ସହାୟତା କରିପାରିବେ ନାହିଁ । ସଂଘର କହିବା କଥା ଯଦି ଏହି ବିଲ ଆଗତ ହୁଏ, ତେବେ ନେପାଳ କେବଲ ଅପରେଟର୍ସ କ୍ଷତିର ସାମ୍ନା କରିବେ ।