ଓଡିଶା

odisha

By

Published : Apr 2, 2021, 9:58 PM IST

ETV Bharat / sitara

ନେହାଙ୍କୁ ରେଖାଙ୍କ ଖାସ ଉପହାର, ଫଟୋ ଭାଇରାଲ

ନିକଟରେ ନୀତୁ କପୁର ରିଆଲିଟି ଇଣ୍ଡିଆନ୍ ଆଇଡଲ୍ 12 ର ଶୋ’ରେ ପହଞ୍ଚି ନେହାଙ୍କୁ ଏକ ବିଶେଷ ଉପହାର ଦେଇଥିଲେ । ଏଥି ସହିତ ରେଖା ମଧ୍ୟ ନେହାଙ୍କୁ ଏକ ସୁନ୍ଦର ଉପହାର ଦେଇଛନ୍ତି । ଅଧିକ ପଢନ୍ତୁ...

indian-idol-season-12-rekha-presented-a-kanjeevaram-saree-to-neha-kakkar-photo-goes-viral
ନେହାଙ୍କୁ ରେଖାଙ୍କ ଖାସ ଉପହାର, ଫଟୋ ଭାଇରାଲ

ନୂଆଦିଲ୍ଲୀ: ସୋନି ଟିଭିର ସିଙ୍ଗିଙ୍ଗ ରିଆଲିଟି ସୋ ଇଣ୍ଡିଆନ୍ ଆଇଡଲ୍ 12 ରେ ଆସିବାକୁ ଥିବା ଏହି ଓ୍ବିକେଣ୍ତ ଅତ୍ୟନ୍ତ ସ୍ପେଶାଲ ହେବାକୁ ଯାଉଛି । ଏଥର ବଲିଉଡର ଏଭରଗ୍ରୀନ୍ ଅଭିନେତ୍ରୀ ରେଖା ଏହି ସୋ’ରେ ନଜର ଆସିବାକୁ ଯାଉଛନ୍ତି ।

ନିକଟରେ ନୀତୁ କପୁର ଶୋ’ରେ ପହଞ୍ଚି ନେହାଙ୍କୁ ଏକ ବିଶେଷ ଉପହାର ଦେଇଥିଲେ । ଏଥି ସହିତ ରେଖା ମଧ୍ୟ ନେହାଙ୍କୁ ଏକ ସୁନ୍ଦର ଉପହାର ଦେଇଛନ୍ତି।

ପ୍ରଶଂସକମାନେ ନେହା ଏବଂ ରେଖାଙ୍କ ଏହି ଫଟୋକୁ ବହୁତ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ, ଭେଟେରାନ୍ ଅଭିନେତ୍ରୀ ରେଖା ଏଥର 'ଇଣ୍ଡିଆ ଆଇଡଲ୍ 12' ସେଟ୍ ରେ ନଜର ଆସିବେ । ରେଖା ନେହାଙ୍କୁ ଏକ ସୁନ୍ଦର କଞ୍ଜୀବରମ ରେଶମ ଶାଢୀ ଉପହାର ଦେଇଛନ୍ତି । ଫଟୋ ଗୁଡ଼ିକରେ ଆପଣ ଦେଖିପାରିବେ ଯେ ରେଖା କେବଳ ନେହାଙ୍କୁ ଏକ ଶାଢୀ ଉପହାର ଦେଉନାହାଁନ୍ତି ବରଂ ନେହାଙ୍କୁ ଶାଢୀ ପିନ୍ଧେଇବାରେ ମଧ୍ୟ ସାହାଯ୍ୟ କରୁଛନ୍ତି ।

ପ୍ରକାଶ ଥାଉ ଯେ, ଅନ୍ୟପଟେ, ସୋନି ଟିଭି ଏହାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଗାମୀ ଏପିସୋଡଗୁଡିକର କିଛି ପ୍ରୋମୋ ସେୟାର କରିଛି ଯାହା ବହୁତ ଚର୍ଚ୍ଚିତ । ପ୍ରତ୍ୟେକ ପ୍ରମୋରେ ରେଖାଙ୍କର ଏକ ଭିନ୍ନ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି ।

ABOUT THE AUTHOR

...view details