ନୂଆଦିଲ୍ଲୀ: କୋରୋନାର ଏହି ଜଟିଳ ସମୟରେ ଦେଶବାସୀଙ୍କ ସହାୟତା ପାଇଁ ଧିରେ ଧିରେ କରି ଅନେକ ସେଲିବ୍ରିଟି ସାମ୍ନାକୁ ଆସିଲେଣି । ନିକଟରେ ନିଜ ପତ୍ନୀଙ୍କ ସହ ମିଶି ପ୍ଲାଜମା ଦାନ କରିଥିବା ଅଭିନେତା ଗୁରମିତ ଚୌଧୁରୀ ଏବେ ପୁଣି ଲୋକଙ୍କ ସାହାଯ୍ୟ କରିବା ପାଇଁ ଶାନଦାର ପଦକ୍ଷେପ ନେଇଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ଖୁସି ନକହିଲେ ସରେ ।
ଆଜ୍ଞା ହଁ, ଗୁରମିତ ନାଗପୁରରେ ‘ଆସ୍ଥା’ ନାମକ ଏକ କୋଭିଡ ହସ୍ପିଟାଲ ଖୋଲିଛନ୍ତି । ଯାହାର ଫଟୋ ଅଭିନେତା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।