ମୁମ୍ବାଇ: ୱେବ୍ ସିରିଜ୍ ‘ବ୍ରେଥ ଇନଟୁ ଦ ସ୍ୟାଡୋଜ’ର ପ୍ରଥମ ଭାଗରେ ଭଲ ଅଭିନୟ କରି ପ୍ରଶଂସିତ ହୋଇଥିବା ଅଭିନେତା ଅମିତ ସାଧ ଏହାର ଦ୍ୱିତୀୟ ସିଜିନରେ ମଧ୍ୟ ଇନ୍ସପେକ୍ଟର କବୀର ସାୱନ୍ତଙ୍କ ଭୂମିକାକୁ ଦର୍ଶାଇଛନ୍ତି ।
ଅଭିନେତା ଅଭିଷେକ ବଚ୍ଚନ ଅବୁଦାଣ୍ଟିଆ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ସାଇକୋଲୋଜି କ୍ରାଇମ ଥ୍ରୀଲରେ ଏକ ଅନ୍-ସ୍କ୍ରିନ୍ ଡିଜିଟାଲ୍ ଡେବ୍ୟୁ କରିବେ । ଆମାଜନ ପ୍ରାଇମ ଭିଡିଓ ଅମିତ ସାଧଙ୍କ ଫାଷ୍ଟ ଲୁକକୁ ନୂତନ ଆମାଜନ ଅରଜିନାଲ ଧାରାବାହିକ ‘ବ୍ରେଥ ଇନଟୁ ଦ ସ୍ୟାଡୋଜ’ରେ ମୁକ୍ତିଲାଭ କରିଛନ୍ତି ।
ନୂଆ ସିରିଜରେ ଇନ୍ସପେକ୍ଟର କବୀର ସାୱନ୍ତଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଜେଲରେ ରହୁଥିବାର ନଜର ଆସିଛନ୍ତି । ଇନ୍ସପେକ୍ଟର କବୀର ସାୱନ୍ତଙ୍କୁ ଜେଲରେ କାହିଁକି ରଖାଯାଏ? କିମ୍ବା ସେ କିଛି ଗୁରୁତର ଅପରାଧ କରିଛନ୍ତି କି ଯାହା ଦ୍ବାରା ତାଙ୍କୁ ଜେଲରେ ରଖାଯାଇଛି, ଏହି ସମସ୍ତ ପ୍ରଶ୍ନ ଦର୍ଶକଙ୍କ ମଧ୍ୟରେ ଆସିପାରେ ।
ଅଭିଷେକ ବଚ୍ଚନ ଏବଂ ନିତ୍ୟା ମେନନ୍ ଏହି ସିରିଜ ସହିତ ଡିଜିଟାଲ୍ ଡେବ୍ୟୁ କରୁଛନ୍ତି । ସେମାନେ ସିଆମି ଖେରଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଶୋ ଜୁଲାଇ 10, 2020 ରେ ଆମାଜନ ପ୍ରାଇମ ଭିଡିଓରେ 200 ରୁ ଅଧିକ ଦେଶରେ ମୁକ୍ତିଲାଭ କରିବ।
ଅମିତ କହିଛନ୍ତି, କବୀର ସାୱନ୍ତଙ୍କ ଅବତାର ଭାବରେ ପ୍ରତ୍ୟାବର୍ତ୍ତନ ପାଇଁ ମୁଁ ଉତ୍ସାହିତ ଅଟେ । ବ୍ରେଥ ଏବଂ କବୀର ସାରା ବିଶ୍ୱରେ ପ୍ରଶଂସକମାନଙ୍କ ସହିତ ଜଡିତ ଅଛନ୍ତି । ଏହାର ବିଷୟବସ୍ତୁ ହେଉଛି ଯେ, ଆପଣ ଆପଣଙ୍କ ପ୍ରିୟ ଲୋକଙ୍କୁ ବଞ୍ଚାଇବା ପାଇଁ କିଛି ଭି କରିପାରିବେ । ଅଭିଷେକ ଏବଂ ନିତ୍ୟା ଏଥିରେ ଯୋଗଦେବା ସହିତ ଏହି ନୂତନ କାହାଣୀ ଆହୁରି ସ୍ୱତନ୍ତ୍ର ହୋଇପାରିଛି ।
ଏହି ଧାରାବାହିକଟି ଅବୁଦାଣ୍ଟିଆ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଏବଂ ମୟଙ୍କ ଶର୍ମା ଏହାକୁ ରଚନା କରିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଶୋ କୁ ଭବାନୀ ଆୟର, ବିକ୍ରମ ତୁଲି, ଅର୍ଶଦ ସେୟଦ ଏବଂ ମୟଙ୍କ ଶର୍ମା ଲେଖିଛନ୍ତି। ଶୋ ର ଟ୍ରେଲର 1 ଜୁଲାଇ 2020 ରେ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି ।