ଓଡିଶା

odisha

ETV Bharat / sitara

ଫାଇଟ୍ ମୁଡରେ ବିକାଶ-ଅର୍ଶୀ, ଭାଇରାଲ ଭିଡିଓ

କଲର୍ସ ଟିଭିର ଇନଷ୍ଟାଗ୍ରାମରେ ସେୟାର ହେଲା ‘ବିଗବସ 14’ର ନୂଆ ପ୍ରୋମୋ ଭିଡିଓ । ଯେଉଁଥିରେ ଭୟଙ୍କର ଲଢେଇ କରୁଛନ୍ତି ଅର୍ଶୀ ଓ ବିକାଶ । ଅଧିକ ପଢନ୍ତୁ...

By

Published : Dec 28, 2020, 11:40 AM IST

ଫଟୋ ସୌଜନ୍ଯ: ଇନଷ୍ଟାଗ୍ରାମ@କଲର୍ସ ଚ୍ୟାନେଲ
ଫଟୋ ସୌଜନ୍ଯ: ଇନଷ୍ଟାଗ୍ରାମ@କଲର୍ସ ଚ୍ୟାନେଲ

ମୁମ୍ବାଇ: ରିୟାଲିଟି ଶୋ ‘ବିଗବସ 14’ରେ ଚ୍ୟାଲେଞ୍ଜର ପ୍ରତିଯୋଗୀ ରୂପେ ନିକଟରେ ସାମିଲ ହୋଇଥିବା ବିକାସ ଗୁପ୍ତା ଓ ଅର୍ଶୀ ଖାନଙ୍କ ମଧ୍ୟରେ ଝଗଡା ବଢିଚାଲିଛି । ଏଥର ଦୁଇଜଣଙ୍କ ଝଗଡା ସୀମା ପାର ହୋଇଯାଇଛି । ଆଗାମୀ ଏପିସଡୋରେ ମଧ୍ୟ ଦୁଇଜଣଙ୍କ ମଧ୍ୟରେ ଭୟଙ୍କର ଲଢେଇ ଦେଖିବାକୁ ପାଇବେ ଦର୍ଶକ । ଯାହାର ସୂଚନା ମେକର୍ସ ଏକ ପ୍ରୋମୋ ଭିଡିଓ ଜାରି କରି ସମସ୍ତଙ୍କୁ ଦେଇଛନ୍ତି ।

କଲର୍ସ ଟିଭିର ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ପ୍ରୋମୋ ଭିଡିଓରେ ଦେଖିବାକୁ ମିଳୁଛି ଯେ ବିକାଶଙ୍କୁ ନିଦରୁ ଉଠାଇ ଦେଉଛନ୍ତି ଅର୍ଶି । ଯାହାପରେ ତାଙ୍କ ଉପରେ କ୍ରୋଧିତ ନଜର ଆସୁଛନ୍ତି ବିକାଶ । ଆଉ ରାଗରେ ତାଙ୍କ ଉପରୁ ପାଣି ମଧ୍ୟ ପିଙ୍ଗୁଥିବାର ଦେଖାଯାଉଛନ୍ତି । ଏହାପରେ ଦୁଇଜଣଙ୍କ ଲଢେଇ ଆରମ୍ଭ ହୋଇଯାଇଛି । ଆପଣ ବି ଦେଖନ୍ତୁ ଦୁଇଜଣଙ୍କ ଏହି ବିବାଦୀୟ ଭିଡିଓ...

ପ୍ରକାଶ ଥାଉକି ବିକାଶ ଓ ଅର୍ଶୀଙ୍କ ମଧ୍ୟରେ ଏହି ଶତ୍ରୁତା ସେହି ସମୟରେ ଆରମ୍ଭ ହୋଇଥିଲା ଯେବେ ପରସ୍ପର ବାପା-ମା'ଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ଯାହାପରେ ବିକାଶଙ୍କ ଉପରେ ଅର୍ଶୀ ଅଭିଯୋଗ ଲଗାଇଥିଲେ ଯେ ସେ ନିଜ ମା'ଙ୍କୁ ସମ୍ମାନ ଦିଅନ୍ତିନି ।

ABOUT THE AUTHOR

...view details