ଓଡିଶା

odisha

ETV Bharat / sitara

ଦୟାବେନଙ୍କୁ ଫ୍ୟାନ୍ସ କରିବେ ଅନଫଲୋ !

ଦୟାବେନଙ୍କୁ ଅନଫଲୋ କରିବେ ଫ୍ୟାନ୍ସ । ଶୋ'କୁ ନ ଆସିବାରୁ ଅଭିମାନ କରିଛନ୍ତି ଫ୍ୟାନ୍ସ ।

By

Published : Jun 4, 2019, 1:45 PM IST

Updated : Jun 4, 2019, 2:44 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/disha.vakani

ହାଇଦ୍ରାବାଦ: ‘ତାରକ ମେହେତା କା ଉଲଟା ଚଷମା’ର ଫେମ ଦୟାବେନ ବିଗତ ଦୁଇବର୍ଷ ହେବ ଶୋ'ରୁ ଗାୟବ ଅଛନ୍ତି । ଫ୍ୟାନ୍ସ ମଧ୍ୟ ଅପେକ୍ଷା କରି କରି ଥକି ଗଲେଣି ମାତ୍ର ଦିଶାଙ୍କର ଆସିବା ଠିକ ହୋଇପାରୁନାହିଁ । ଫ୍ୟାନ୍ସ ଆଉ କେତେ ଅପେକ୍ଷା କରିବେ ! ଶେଷରେ ଦିଶାଙ୍କୁ ଅନଫଲୋ କରିବେ ବୋଲି ନିଶ୍ଚିତ କରିସାରିଛନ୍ତି ଫ୍ୟାନ୍ସ ।

ଡିଜାଇନ ଫଟୋ

ନିକଟରେ ଦିଶାଙ୍କ ଏକ ଫଟୋରେ ଏପରି କମେଣ୍ଟ ଦେଖିବାକୁ ମିଳିଛି । ଜଣେ ଫ୍ୟାନଙ୍କ କହିବା କଥା ସେ ଦୟାବେନ ଚରିତ୍ରର ଫ୍ୟାନ । ତେଣୁ ଦିଶାଙ୍କୁ ସେ ଅନଫଲୋ କରିବେ । ଅନ୍ୟ କେତେ ଫ୍ୟାନ ଦିଶା କେବେ ଶୋ'କୁ ଫେରିବେ ସେ ନେଇ ପ୍ରଶ୍ନ କରିଛନ୍ତି ।

ପ୍ରକାଶ ଥାଉକି, ଦିଶା 2017ରୁ ଶୋ'ରେ ଦେଖିବାକୁ ମିଳୁନାହାଁନ୍ତି । ତେବେ କିଛି ଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲା ଦିଶା ବହୁତ ଜଲଦି ଶୋ'କୁ ଫେରିପାରନ୍ତି । ମାତ୍ର ଏନେଇ କୌଣସି ଘୋଷଣା କରଯାଇନାହିଁ ।

Last Updated : Jun 4, 2019, 2:44 PM IST

ABOUT THE AUTHOR

...view details