ହାଇଦ୍ରାବାଦ:ପରଲୋକରେ ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନି । ଗତ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଥିବା ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ମିଲେନା ସାଲଭିନିଙ୍କ ଦେହାନ୍ତରେ ଗଭୀର ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ଟ୍ବିଟ କରି ସମବେଦନା ଜଣାଇବା ସହ ଭାରତୀୟ ସଂସ୍କୃତି ପ୍ରତି ମିଲେନାଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ । ଫ୍ରାନ୍ସରେ କଥକଲି ନୃତ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ସେ ଅନେକ ଉଦ୍ୟମ କରିଥିଲେ । ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ ବୋଲି କହିଛନ୍ତି ମୋଦି ।
ପରଲୋକରେ ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନି, ଶୋକପ୍ରକାଶ କଲେ ମୋଦି - ମିଲେନା ସାଲଭିନିଙ୍କ ଦେହାନ୍ତରେ ଶୋକପ୍ରକାଶ କଲେ ମୋଦି
ପରଲୋକରେ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନି । ଅଭିନୟ କ୍ଷେତ୍ରରେ ଅବଦାନ ପାଇଁ 2019ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ମିଲେନା । ଅଧିକ ପଢନ୍ତୁ
ପରଲୋକରେ ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନି, ଶୋକପ୍ରକାଶ କଲେ ମୋଦି
ଇଟାଲୀରେ ଜନ୍ମ ଗ୍ରହଣ କରିଥିବା ମିଲେନା ଅନେକ ଥର ଭାରତ ଓ କେରଳ ମଧ୍ୟ ଆସିଛନ୍ତି । କେରଳରେ ସେ କଥକଲି ଶିଖିଥିଲେ । ଏହାପରେ ପ୍ୟାରିସରେ ନୃତ୍ୟ ପାଇଁ ଏକ ସେଣ୍ଟର ମଣ୍ଡପ କରିଥିଲେ । ଅଭିନୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଭାରତ ସରକାର ତାଙ୍କୁ 2019ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ।