ଓଡିଶା

odisha

By

Published : May 6, 2021, 4:22 PM IST

ETV Bharat / sitara

ରାହୁଲ ବୈଦ୍ୟଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍

ପୁଣି ଆଉ ଜଣେ ସେଲିବ୍ରିଟିଙ୍କ ଆକାଉଣ୍ଟ ହ୍ୟାକ ହେବା ଖବର ସାମ୍ନାକୁ ଆସିଛି । ଏଥର ହ୍ୟାକର୍ସଙ୍କ ଶିକାର ହୋଇଛନ୍ତି ରାହୁଲ ବୈଦ୍ୟ । ଅଧିକ ପଢନ୍ତୁ...

facebook-account-of-singer-rahul-vaidya-hacked
ରାହୁଲ ବୈଦ୍ୟଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍

ମୁମ୍ବାଇ: ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପ୍ରାୟତଃ ହ୍ୟାକ ହୋଇଯାଏ । ଏବେ ପୁଣି ଆଉ ଜଣେ ସେଲିବ୍ରିଟିଙ୍କ ଆକାଉଣ୍ଟ ହ୍ୟାକ ହେବା ଖବର ସାମ୍ନାକୁ ଆସିଛି । ଏଥର ହ୍ୟାକର୍ସଙ୍କ ଶିକାର ହୋଇଛନ୍ତି ଗାୟକ ରାହୁଲ ବୈଦ୍ୟ । ରାହୁଲ ନିଜେ ଇନଷ୍ଟାଗ୍ରାମରେ ଏହି ବିଷୟରେ ସୂଚନା ଦେଇଛନ୍ତି ।

ଗାୟକ ଏହି ଖବର ଇନଷ୍ଟାଗ୍ରାମରେ ସେୟାର କରି ପ୍ରଶଂସକମାନଙ୍କୁ କହିଛନ୍ତି ଯେ, ମୋର ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି, ତେଣୁ ଯଦି ତୁମେ ମୋ ଆକାଉଣ୍ଟରୁ କୌଣସି ମେସେଜ ପାଇବ, ଦୟାକରି ରିପ୍ଲାଏ ଦେବ ନାହିଁ । ମୁଁ ଏହାକୁ ଶୀଘ୍ର ଠିକ୍ କରିବାକୁ ଚେଷ୍ଟା କରୁଛି ।

ପ୍ରକାଶ ଥାଉ ଯେ, ରାହୁଲଙ୍କୁ ରିଆଲିଟି ସୋ 'ବିଗବସ୍ 14'ରେ ଦେଖିବାକୁ ମିଳିଥିଲା ​​ଏବଂ ବର୍ତ୍ତମାନ ସେ ‘ଖତରୋଂ କେ ଖିଲାଡି 11’ ରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details