ଓଡିଶା

odisha

ଏକତାଙ୍କ ୱେବ ସିରିଜକୁ ନେଇ କେନ୍ଦ୍ରୀୟ ସୁରକ୍ଷା ବାହିନୀରେ ଚହଳ

By

Published : Jun 5, 2020, 7:37 PM IST

କେନ୍ଦ୍ରୀୟ ସୁରକ୍ଷା ବାହିନୀରେ ଏକତା କପୁରଙ୍କ ସିରିଜକୁ ନେଇ ବିବାଦ । ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ ହେଲେ ଅଭିଯୋଗ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର

ମୁମ୍ବାଇ: ଫେମସ ନିର୍ମାତା ଏକତା କପୁର ଓ ତାଙ୍କ ମା' ଶୋଭା କପୁରଙ୍କୁ ନେଇ କିଛି ଦିନ ହେବ ସମାଲୋଚନା ଚାଲିଛି । ତାଙ୍କ ଅଲ୍ଟ ବାଲାଜି ଟେଲିଫିଲ୍ମସର ବ୍ୟାନରରେ ନିର୍ମିତ ପପୁଲାର ୱେବ ସିରିଜ ‘ଏକ୍ସଏକ୍ସଏକ୍ସ 2’କୁ ନେଇ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମଧ୍ୟରେ ଅଡୁଆ ସୃଷ୍ଟି କରିଛି ।

ଅଭିଯୋଗ ହୋଇଛି ଯେ ଏହି ୱେବ ସିରିଜ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଭାବମୂର୍ତ୍ତିକୁ ଆହତ କରିଛି । କନଫେଡେରେସନ ଅଫ ଏକ୍ସ-ପାରାମିଲିଟାରୀ ଫୋର୍ସ ୱେଲଫେୟାର ଆସୋସିଏସନ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଆସୋସିଏସନର ସାଧାରଣ ସମ୍ପାଦକ ରଣବୀର ସିଂ କହିଛନ୍ତି ଯେ ଲକ୍ଷ ଲକ୍ଷ ସେନାଙ୍କ ଏଭଳି ଦାୟିତ୍ବହୀନ ଫିଲ୍ମ, ସିରିଜକୁ ବିରୋଧ କରନ୍ତି । ସୀମାନ୍ତରେ ନିୟୋଜିତ 24 ଲକ୍ଷ ସେନା ଏବଂ ସାମରିକ ବାହିନୀର ୟୁନିଫର୍ମର ସମ୍ମାନ ଏବଂ ପ୍ରତୀକ ପାଇଁ ଏହା ସମ୍ପୂର୍ଣ୍ଣ ଅପମାନ ।

ଏହିପରି କାର୍ଯ୍ୟକ୍ରମରେ ସେଲିବ୍ରିଟିମାନେ ଅଶ୍ଳୀଳତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି । ଯାହା ସେନାଙ୍କ ମନୋବଳକୁ ଭାଙ୍ଗେ । ସଙ୍ଗେ ସଙ୍ଗେ ଏହି ଅଶ୍ଳୀଳ ଧାରାବାହିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆସୋସିଏସନ ଦାବି କରିଛି ବୋଲି କହିଛନ୍ତି ରଣବୀର ।

ଆସୋସିଏସନ ଏହି ଅଭିଯୋଗକୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଜୁନ 4ରେ ପଠାଇଛି । ରଣବୀର କହିଛନ୍ତି ଯେ ନିକଟରେ ଏହି ୱେବ ସିରିଜ ‘ଏକ୍ସଏକ୍ସଏକ୍ସ 2’ରେ ସୀମାରେ ଦିନ-ରାତି କାମ କରୁଥିବା ସେନାଙ୍କ ପତ୍ନୀଙ୍କ ପ୍ରତିମୂର୍ତ୍ତିକୁ ଅପମାନ କରାଯାଇଛି ।

ପ୍ରକାଶ ଥାଉକି ଏହି ବିବାଦ ଛୋଟ ପରଦାର ରିୟାଲିଟି ଶୋ ବିଗ ବସ 13ରେ ନଜର ଆସିସାରିଥିବା ହିନ୍ଦୁସ୍ତାନୀ ଭାଉଙ୍କ ଦ୍ବାରା ସୃଷ୍ଟି ହୋଇଛି । ସେ ନିକଟରେ ମୁମ୍ବାଇର ଖାର ପୋଲିସ ଷ୍ଟେସନରେ ଏକତା ଓ ଶୋଭାଙ୍କ ନାମରେ ଏହି ଅଭିଯୋଗ ଦାଖଲ କରିଥିଲେ ।

ABOUT THE AUTHOR

...view details