ଓଡିଶା

odisha

ETV Bharat / sitara

ନମୋ ଟିଭି ପ୍ରସାରଣରେ ଲକ୍ଷ୍ମଣ ରେଖା ଟାଣିଲେ ନିର୍ବାଚନ ଆୟୋଗ - write

ପୁଣି ଥରେ ନମୋ ଟିଭି ପ୍ରସାରଣକୁ ନେଇ ଲକ୍ଷ୍ମଣ ରେଖା ଟାଣିଲେ କମିଶନର । ବିନା କୌଣସି ପ୍ରମାଣରେ ସମସ୍ତ ପ୍ରକାର ରାଜନୈତିକ କାର୍ଯ୍ୟକ୍ରମକୁ ତୁରନ୍ତ ହଟାଯାଉ ।

ପ୍ରତିକାତ୍ମକ ଫଟୋ

By

Published : Apr 12, 2019, 5:42 AM IST

ନୂଆଦିଲ୍ଲୀ: ବିଜେପିକୁ ନିର୍ବାଚନ ଆୟୋଗକଙ୍କ ଝଟକା । ପୁଣି ଥରେ ନମୋ ଟିଭି ପ୍ରସାରଣକୁ ନେଇ ଲକ୍ଷ୍ମଣ ରେଖା ଟାଣିଲେ କମିଶନର । ବିନା କୌଣସି ପ୍ରମାଣରେ ସମସ୍ତ ପ୍ରକାର ରାଜନୈତିକ କାର୍ଯ୍ୟକ୍ରମକୁ ତୁରନ୍ତ ହଟାଯାଉ ।

ନିର୍ବାଚନ ଆୟୋଗ କହିଛନ୍ତି ଯେ, ଏ ସମ୍ବନ୍ଧରେ ଏହି ନିର୍ଦ୍ଦେଶ ଅନୁସାରେ ସମସ୍ତ ଗଣମାଧ୍ୟମ ରାଜନୈତିତ ତଥ୍ୟ ଦେବା ସମୟରେ ସବୁ ନିୟମର ପାଳନ କରିବ ।

ପ୍ରକାଶ ଥାଉ ଯେ, ନିର୍ବାଚନ ସମୟରେ ନେମା ଟିଭି ପ୍ରସାରଣକୁ ବିରୋଧ କରି କଂଗ୍ରେସ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିଥିଲା । ଏହା ପରେ ଦିଲ୍ଲୀର ସିଇଓକୁ ଏହି ମାମଲାରେ ରିପୋର୍ଟ ଦାଖଲ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଥିଲା ।

ଏହା ପୂର୍ବରୁ ମନୋ ଟିଭି ଲଞ୍ଚକୁ ନେଇ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଣଳକୁ ଜବାବ ମଗାଯାଇଥିା । ଏହା ଉତ୍ତରରେ ମନ୍ତ୍ରାଣଳୟ କହିଥିଲା ଯେ, ଏହା ଏକ ବିଜ୍ଞାପନ ମଞ୍ଚ । ଆଉ ଏତିପାଇଁ ବିଭାଗୀୟ ମନ୍ତ୍ରାଣଳୟ ଠାରୁ ଲାଇସେନ୍ସ ନେବା ଆବଶ୍ୟକ ନାହିଁ । ଦିଲ୍ଲୀ ସିଇଓ ନମୋ ଟିଭି ପାଇଁ ମଞ୍ଜୁରୀ ଦେଇଥିଲେ ।

ସୂଚନା ମୁତାବକ, 2019 ଲୋକସଭା ନିର୍ବାଚନ ପ୍ରଚାର ହେବା ସହ ନମୋ ଟିଭି ଲଞ୍ଚ ହୋଇଥିଲା । ଆଉ ଏହା ପରେ ମୁଣ୍ଡଟେକିଥିଲା ବିବାଦ । ଏଥିରେ ପିଏମଙ୍କ ସମସ୍ତ ରାଲିର ସିଧାପ୍ରସାରଣ , ମୋଦିଙ୍କ ସମସ୍ତ ରେକର୍ଡେଡ ଇଣ୍ଟରଭ୍ୟୁ ଆଦି ଦେଖାଯାଇଥାଏ । ନିର୍ବାଚନୀ ଆଚରଣ ବିଧି ଲାଗୁ ପରେ ବି ଏପରି ପ୍ରଦର୍ଶିତ କରିବା ନିୟମ ଉଲଂଘନ ଦର୍ଶାଇ ବିରୋଧୀ କମିସନରଙ୍କ ଦ୍ୱାରସ୍ଥ୍ୟ ହୋଇଥିଲେ । ଏହା ପରଠାରୁ ଚାଲିଛି ପ୍ରତିବନ୍ଧକର ପ୍ରକ୍ରିୟା ।

For All Latest Updates

ABOUT THE AUTHOR

...view details