ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ନଚ୍ ବଲିଏର ନବମ ସିଜିନ । କପିଲ ଶର୍ମା ଶୋ' ପରେ ସଲମାନ ଖାନ ନଚ୍ ବଲିଏ-9ର ମଧ୍ୟ ପ୍ରଯୋଜନା ଭାର ସମ୍ଭାଳିବେ । ଶୋ'ର ପ୍ରଥମ ଦିନରେ 5ଟି ଯୋଡିଙ୍କ ଦମଦାର ଏଣ୍ଟ୍ରି ହୋଇଥିଲା । ପ୍ରଥମ ଯୋଡି ଭାବରେ ଏଣ୍ଟ୍ରି ନେଇଥିଲେ ଶ୍ରଦ୍ଧା ଆରୟା ଓ ତାଙ୍କ ପାର୍ଟନର ଆଲାମ ମକ୍କାର । ଏହାପରେ ପ୍ରିନ୍ସ ନରୁଲା ଓ ତାଙ୍କ ବଲିଏ ୟୁଭିକା ଚୌଧୁରୀଙ୍କ ଏଣ୍ଟ୍ରି ହୋଇଥିଲା । ପରେ ପରେ ଅନ୍ୟ ତିନୋଟି ଯୋଡିଙ୍କ ଏଣ୍ଟ୍ରି ହୋଇଥିଲା ।
ନଚ ବଲିଏ-9: ଗ୍ରାଣ୍ଡ ପ୍ରିମିୟମରେ ନଜର ଆସିଲେ #Divek ଓ #kaira - #Divek
ଆରମ୍ଭ ହେଲା ନଚ୍ ବଲିଏ-9 । ପ୍ରଥମ ଦିନ ନଜର ଆସିଲେ ପାଞ୍ଚ ଯୋଡି । ଡ୍ୟାନ୍ସ ଫ୍ଲୋରରେ କାଏରା ଦିଭେକଙ୍କ ମ୍ୟାଜିକାଲ ଯୋଡି।
ଶୋ'ରେ ଉର୍ବଷୀ ଢୋଲକିଆ ଓ ତାଙ୍କ ଏକ୍ସ-ବୟଫ୍ରେଣ୍ଡ ଅନୁଜ ସଚଦେବଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ମାତ୍ର ଶୋ'ରେ ଚାର ଚାନ୍ଦ ଲଗାଇଥିଲା କାଏରା ଓ ଦିଭେକଙ୍କ ଯୋଡି । ନଚ ବଲିଏ-8ର ବିଜେତା ବିବେକ ଡାହିୟା ଓ ଦିବ୍ୟଙ୍କା ତ୍ରିପାଠୀଙ୍କ ଜବରଦସ୍ତ କେମେଷ୍ଟ୍ର ଦେଖିବାକୁ ମିଳିଥିଲା । ଏହାସହ କାଏରା ଯୋଡି ଅର୍ଥାତ ‘ୟେ ରିସ୍ତା କ୍ୟା କେହେଲାତା ହେ’ର ହିଟ ଯୋଡି କାର୍ତ୍ତିକ ଓ ନାଏରାଙ୍କ ରୋମାଣ୍ଟିକ ଡ୍ୟାନ୍ସ ଦେଖିବାକୁ ମିଳିଥିଲା ।
ନଚ୍ ବଲିଏ-9କୁ ମନିଷ ପଲ ହୋଷ୍ଟ କରୁଥିବାର ନଜର ଆସିଛନ୍ତି । ଏହାସହ ଜର୍ଜଙ୍କ ଆସନରେ ରବିନା ଟଣ୍ଡନ ଓ ଏହମଦ ଖାନଙ୍କୁ ଦେଖିବାକୁ ମିଳିବ । ତେବେ ଶୋ'ର ଗ୍ରାଣ୍ଡ ପ୍ରିମିୟମରେ ପ୍ରଯୋଜକ ସଲମାନ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।