ଓଡିଶା

odisha

ETV Bharat / sitara

ଡିଜନୀ ପ୍ଲସର ମାଗଣା ଟ୍ରାଏଲ ଫିଚର ବନ୍ଦ

ଡିଜନୀ ପ୍ଲସ ନିଜର ମାଗଣା ଟ୍ରାଏଲ ଫିଚର ବନ୍ଦ କରିଛି । କମ୍ପାନୀ ଏନେଇ ଶନିବାର ସୂଚନା ଦେଇଛି । ଅଧିକ ପଢନ୍ତୁ..

By

Published : Jun 20, 2020, 10:07 PM IST

ଡିଜନୀ ପ୍ଲସର ମାଗଣା ଟ୍ରାଏଲ ଫିଚର ବନ୍ଦ
ଡିଜନୀ ପ୍ଲସର ମାଗଣା ଟ୍ରାଏଲ ଫିଚର ବନ୍ଦ

ୱାଶିଂଟନ: ଡିଜନୀ ପ୍ଲସ ନିଜର ମାଗଣା ଟ୍ରାଏଲ ଫିଚର ବନ୍ଦ କରିଛି । ଏନେଇ କମ୍ପାନୀ ପକ୍ଷରୁ ଶନିବାର ସୂଚନା ଦେଇଛି । ୟୁଜର୍ସଙ୍କୁ ମିଳୁଥିବା ଏହି ସୁବିଧା ଏବେ ବନ୍ଦ କରାଯାଇଛି ବୋଲି ଡିଜନୀ ପ୍ରକାଶ କରିଛି ।

ଲକଡାଉନରେ ଏହାର ଅନଲାଇନ ଷ୍ଟ୍ରିମିଂ ଆପ୍ ଡିଜନୀ ପ୍ଲସକୁ ବହୁତ ଲୋକ ସବସ୍କ୍ରାଇବ୍ କରିଥିଲେ । ଏହାସହ ସାରା ବିଶ୍ବରେ ଏହି ଆପର ପ୍ରବଳ ଡିମାଣ୍ଡ ବଢିଥିଲା । ଲୋକଙ୍କ ଭିତରେ ଚାହିଦା ବଢୁଥିବାର ଦେଖି କମ୍ପାନୀ ଏକ ଫ୍ରି ଟ୍ରାଏଲ୍ସ ଆରମ୍ଭ କରିଥିଲା । ଅଧିକ ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ଏପରି ଏକ ପଦକ୍ଷେପ ନେଇଥିଲା । ତେବେ ଏବେ ଏହା ବନ୍ଦ କରିଛି କମ୍ପାନୀ ।

ମାତ୍ର 7 ଦିନ ପାଇଁ ଏହି ଫିଚର ପ୍ରଦାନ କରିଥିଲା ଡିଜନୀ ପ୍ଲସ୍ । ସମସ୍ତ ପ୍ରକାର ୟୁଜର୍ସଙ୍କୁ ମାଗଣାରେ ଫିଲ୍ମ ଓ ଶୋ ଦେଖିବାର ସୁଯୋଗ ମିଳିଥିଲା । ମାର୍ଭଲ୍ସ, ଡିଜନୀ, ଷ୍ଟାର ୱାର୍ସ, ପିକ୍ସାର ଭଳି ଏଣ୍ଟରଟେନମେଣ୍ଟ ବ୍ରାଣ୍ଡର ଫିଲ୍ମ ଦେଖିପାରିଥିଲେ ଦର୍ଶକ । ଏସବୁ ଦେଖିବା ପାଇଁ ପ୍ରଥମେ ଦର୍ଶକଙ୍କୁ ଡିଜନୀ ପ୍ଲସ୍ ସବସ୍କ୍ରାଇବ୍ କରିବା ସହ ପେମେଣ୍ଟ କରିବାକୁ ପଡୁଥିଲା । ହେଲେ ଲୋକପ୍ରିୟତାକୁ ଦେଖି ଏପରି ଏକ ଛୋଟ ପରୀକ୍ଷା କରିଥିଲା କମ୍ପାନୀ । ଆଗାମୀ ଦିନରେ ମଧ୍ୟ ଏଭଳି ଅଫର ଏବଂ ପ୍ରମୋସନ ଜାରି ରହିବ ବୋଲି ଡିଜନୀ ପ୍ଲସ୍ ସୂଚନା ଦେଇଛି ।

ପ୍ରକାଶ ଥାଉ କି ଲଞ୍ଚ ହେବାର ମାତ୍ର 6 ମାସ ଭିତରେ ଏହାକୁ ବିଶ୍ବ ସାରା 54.5 ମିଲିୟନ ଲୋକ ସବସ୍କ୍ରାଇବ କରିଥିଲେ । ନେଟଫ୍ଲିକ୍ସ ଭଳି ଏହାର ଡିମାଣ୍ଡ ଏହି ଲକଡାଉନରେ ଅଧିକ ବଢିଥିଲା । ବିଭିନ୍ନ ବିଗ୍ ବଜେଟ୍ ଫିଲ୍ମ ଦେଖାଉଥିବାରୁ ଏହା ପ୍ରତି ଅଧିକ ଲୋକ ଆକର୍ଷିତ ହୋଇଥିଲେ । ଭାରତରେ ଏହା ହଟଷ୍ଟାର ସହ ମିଶି ଲୋକଙ୍କୁ ବିଭିନ୍ନ ଶୋ ଓ ଫିଲ୍ମ ଦେଖାଇଛି । ଡିଜନୀ ପ୍ଲସ୍ ଅନଲାଇନ ଷ୍ଟ୍ରିମିଂ ଆପ୍ ଭିତରେ ସବୁଠାରୁ ଅଧିକ ସବସ୍କ୍ରାଇବର୍ ହାସଲ କରିଛି ।

ABOUT THE AUTHOR

...view details