ଓଡିଶା

odisha

By

Published : Jun 8, 2019, 2:21 PM IST

ETV Bharat / sitara

ଓଡିଶୀ ନୃତ୍ୟ କରି ଟ୍ରୋଲ ହେଲେ ଟେଲିଭିଜନର ଏହି ବୋହୁ, ଦେଖନ୍ତୁ ଭିଡିଓ

ଟେଲିଭିଜନର ପପୁଲାର ବୋହୁ ହୋଇଛନ୍ତି ଟ୍ରୋଲ । ଦୀପିକାଙ୍କ ଓଡିଶୀ ନାଚକୁ ଫ୍ୟାନ୍ସ କରିଛନ୍ତି ନାପସନ୍ଦ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/deepikasingh150

ହାଇଦ୍ରାବାଦ: ଟେଲିଭିଜନର ପପୁଲାର ଶୋ' ‘ଦିୟା ଅର ବାତି ହମ’ର ବୋହୁ ସନ୍ଧ୍ୟା ରାଠି ବା ଦୀପିକା ସିଂହ ହୋଇଛନ୍ତି ଟ୍ରୋଲ । ଓଡିଶୀ ନୃତ୍ୟକୁ ପସନ୍ଦ କରୁଥିବା ଦୀପିକା କବଚ-2ର ସୁଟିଂ ସମୟରେ ନୃତ୍ୟ ଅଭ୍ୟାସ କରୁଥିବାର ଏକ ଭିଡିଓ ସେୟାର କରିଥିଲେ ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/deepikasingh150

ତେବେ ଗୋଟେପଟେ ଦୀପିକାଙ୍କ ନାଚକୁ କିଛି ପସନ୍ଦ କରିଥିବା ବେଳେ କିଛି ନାପସନ୍ଦ ମଧ୍ୟ କରିଛନ୍ତି । କେତେକ ୟୁଜର୍ସ, ଦୀପିକାଙ୍କ ନାଚ ଛାଡିଦେବାକୁ କହିଥିବା ବେଳେ ଅନ୍ୟକିଛି ଓଡିଶୀକୁ ଅସମ୍ମାନିତ କରିବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି ।

ଫ୍ୟାନ୍ସଙ୍କର ଏଭଳି ପ୍ରତିକ୍ରିୟାର ଜବାବ ଦେଇଛନ୍ତି ଦୀପିକା । ଦୀପିକା 5 ବର୍ଷ ହେବ ନୃତ୍ୟ ଶିଖୁଛନ୍ତି ଓ ଏହା ଏକ ଅଭ୍ୟାସ ଭିଡିଓ ବୋଲି କହିଛନ୍ତି ଦୀପିକା । ‘ଦିୟା ଅର ବାତି ହମ’ରୁ ପପୁଲାର ହୋଇଥିବା ଦୀପିକାଙ୍କୁ ଏବେ ସିରିଏଲ ‘କବଚ-2’ରେ ଦେଖିବାକୁ ମିଳୁଛି ।

ABOUT THE AUTHOR

...view details