ହାଇଦ୍ରାବାଦ: ଟିଭି ଜଗତର 'ବିଗବସ-12'ର ୱିନର ଦୀପିକା କକ୍କଡ ବା 'ସସୁରାଲ ସିମର କା'ର ସିମର ସୁଟିଂ ସେଟରେ ହୋଇଛନ୍ତି ବେହୋସ । ସିରିଏଲ 'ପାନୀପୁରି' ସୁଟିଂ ସମୟରେ ବେହୋସ ହୋଇଛନ୍ତି ଦୀପିକା । ସିରିଏଲର ପ୍ରଯୋଜକ ସନ୍ଦିପ ସିକନ୍ଦ ଇନଷ୍ଟାରେ ଫଟୋ ପୋଷ୍ଟ କରି ଲେଖିଛନ୍ତି "ହିରୋଇନ ତୋ ବେହୋସ ହୋ ଗୟି" । ତେବେ ଦୀପିକାଙ୍କ ସହ କରଣ ବି ଗ୍ରୋଭର କାମ କରୁଛନ୍ତି ।
ବେହୋସ ହେଲେ ସିମର
ଟିଭି ଜଗତର ସିମର ହୋଇଛନ୍ତି ବେହୋସ । ପାନୀପୁରି ସିରିଏଲ ସେଟରେ ବେହୋସ ହୋଇଛନ୍ତି ବିଗବସ-12 ୱିନର । ପ୍ରଯୋଜକ ସନ୍ଦିପ ସିକନ୍ଦ ଇନଷ୍ଟାରେ ପୋଷ୍ଟ କଲେ ବେହୋସ ସମୟର ଫଟୋ ।
ସୂଚନା ପାଇଁ କହିଦେଉଛୁ ଯେ, ଦୀପିକାଙ୍କର ଦେହ ଏବେ ଖରାପ ରହୁଛି । ଏହି କଥା ଦୀପିକାଙ୍କ ସ୍ବାମୀ ସୋଏବ ଇବ୍ରାହିମ କହିଛନ୍ତି । ଏ ସମ୍ପର୍କିତ ଏକ ସେଲଫି ପୋଷ୍ଟ କରି ଲେଖିଥିଲେ "ମେରୀ ବିମାର ବଚ୍ଚା ଠିକ ହୋ ଗୟା" । ତେବେ ଗତ ମାସରେ ଦୀପିକା ସ୍ବାମୀ ସୋଏବଙ୍କ ସହ ଛୁଟି କାଟିବାକୁ ଦୁବାଇ ଯାଇଥିଲେ । ସେଠାରେ ଦୁଇଜଣ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।
ଦୀପିକାଙ୍କ ଶାଶୁଘର ଲୋକ ତାଙ୍କୁ ଖୁବ ପସନ୍ଦ କରନ୍ତି । ବିଗବସ-12ର ଟ୍ରଫି ଜିତିବାପରେ ତାଙ୍କ ଶାଶୁଘର ଲୋକେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ତେବେ ବିଗବସ-12ରେ ତାଙ୍କ ପ୍ରତିଦ୍ବନ୍ଦୀ ଭାବରେ ଶେଷ ପର୍ଯ୍ୟନ୍ତ କ୍ରିକେଟର ଶ୍ରୀସନ୍ଥ ଥିଲେ । ଦୀପିକା ଶ୍ରୀସନ୍ଥଙ୍କୁ ନିଜ ଭାଇ ବୋଲି ମାନୁଥିଲେ ମାତ୍ର ବିଗବସରେ ଦୀପିକା ଜିତିବା ପରେ ଶ୍ରୀସନ୍ଥ ତାଙ୍କୁ ଇନଷ୍ଟାରୁ ଅନଫଲୋ କରିଥିଲେ ।