ଓଡିଶା

odisha

ETV Bharat / sitara

ୟୁଟ୍ୟୁବ ଷ୍ଟାର ଗ୍ରାଣ୍ଟ ଥମସନଙ୍କ ଦୁର୍ଘଟଣାରେ ମୃତ୍ୟୁ

ପପୁଲାର ୟୁଟ୍ୟୁବୁର ଗ୍ରାଣ୍ଟ ଥମସନଙ୍କ 38 ବର୍ଷରେ ମୃତ୍ୟୁ ହୋଇଛି । ପାରାଲାଇଡିଂ ସମୟରେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Aug 2, 2019, 1:01 AM IST

ହାଇଦ୍ରାବାଦ: ‘କିଙ୍ଗ ଅଫ ରାନଡମ୍’ ୟୁଟ୍ୟୁବ ଚ୍ୟାନେଲର ଆଡମିନ୍ ଗ୍ରାଣ୍ଟ ଥମସନଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏହି 38 ବର୍ଷିୟ ଯୁବକଙ୍କ ଚ୍ୟାନେଲରେ ପ୍ରାୟ 11 ମିଲିୟନ ସବସ୍କ୍ରାଇବର୍ସ ଥିଲେ । ପାରାଲାଇଡିଂ ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ଥମସନଙ୍କ ପରିବାର ଏହି ସୂଚନା ଦେଇଛନ୍ତି ।

ପାରାଲାଇଡିଂ ସମୟରେ ଥମସନଙ୍କ ଜିପିଏସ ଡିଭାଇସ ସହ ସମସ୍ତ ସମ୍ପର୍କ ଛିନ୍ନ ହୋଇଥିଲା । ପରେ ଭଙ୍ଗା ପାରାଲାଇଡିଂ ଓ କ୍ୟାମେରା ମିଳିଥିଲା ଏହାପରେ ପରିବାର ଲୋକ ତାଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଜଣାଇଥିଲେ ।

ଥମସନ୍ ୟୁଟ୍ୟୁବରେ ଭିନ୍ନ ଭିନ୍ନ ଭିଡିଓ ସେୟାର କରନ୍ତି । ଘରେ କ୍ୟାଣ୍ଡି କରିବା ପ୍ରକ୍ରିୟା ଅଧିକ ପପୁଲାର ହୋଇଥିଲା । ବ୍ରେଡ ସାହାର୍ଯ୍ୟରେ ପାଣି ଉପରେ ପହଁରିବାର ଏକ ଭିଡିଓ ଶେଷ ଥର ପାଇଁ ସେୟାର କରିଥିଲେ । ଥମସନ୍ ପ୍ରଥମେ 11 ବର୍ଷ ପାଇଲଟ ଭାବରେ କାର୍ଯ୍ୟ କରିଥିଲେ ।

ABOUT THE AUTHOR

...view details