ହାଇଦ୍ରାବାଦ: ଖୁବ ଶୀଘ୍ର ଆସୁଛି ବିଗବସର 13ତମ ସିରିଜ । ଶୋରେ ପୁଣି ସଲମାନଙ୍କୁ ହୋଷ୍ଟ କରୁଥିବାର ଦେଖିବାକୁ ମିଳିବ । ତେବେ ରିପୋର୍ଟ ମୁତାବକ ଅଫିସିଆଲ ଘୋଷଣା ପୂର୍ବରୁ ଲିକ୍ ହୋଇଛି ପ୍ରତିଯୋଗୀଙ୍କ ନାମ ।
ଲିକ୍ ହେଲା ବିଗବସ-13ର ପ୍ରତିଯୋଗୀଙ୍କ ନାମ ! - salman khan
ଅଫସିଆଲି ଘୋଷଣା ପୂର୍ବରୁ ଲିକ୍ ହୋଇଛି ବିଗବସ-13ର ପ୍ରତିଯୋଗୀଙ୍କ ନାମ । ଏଥରକ କୌଣସି କମନ ମ୍ୟାନ ନୁହେଁ ବରଂ ସେଲିବ୍ରିଟି ମାନଙ୍କ ଭିତରେ ହେବ କଡା ଟକ୍କର ।
![ଲିକ୍ ହେଲା ବିଗବସ-13ର ପ୍ରତିଯୋଗୀଙ୍କ ନାମ !](https://etvbharatimages.akamaized.net/etvbharat/prod-images/768-512-3517698-thumbnail-3x2-bigjpg.jpg)
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଶୋ'ରେ 23 ଜଣଙ୍କୁ ଶର୍ଟଲିଷ୍ଟ କରାଯାଇଛି । ତେବେ ଏଥର ଶୋ'ରେ କୌଣସି କମନ ମ୍ୟାନଙ୍କ ଏଣ୍ଟ୍ରିନାହିଁ । 23 ଜଣଙ୍କ ଭିତରୁ ଜରିନ ଖାନ, ଚଙ୍କି ପାଣ୍ଡେ, ଦେବୋଲିନା ଭଟ୍ଟାଚାର୍ଯ୍ୟ, ଅଙ୍କିତା ଲୋଖଣ୍ଡେ, ହିମାଂଶୁ କୋହଲି, ରାଜପାଲ ଜାଦବ, ରାକେଶ ବରିଷ୍ଠ,ମହିମା ଚୌଧୁରୀ, ଦୟାନନ୍ଦ ସେଟ୍ଟୀ ଅଛନ୍ତି ।
23 ଜଣଙ୍କ ଭିତରୁ 13ଜଣଙ୍କୁ ଜୁଲାଇ 30 ପରେ ସାଇନ କରାଯିବ । ତେବେ ଏକଥା କେତେ ସତ ଓ କେତେ ମିଛ ଅଫିସିଆଲ ଘୋଷଣା ପରେ ଜଣାପଡିବ । ବିଗବସ-13 ଚଳିତ ବର୍ଷ ସେପ୍ଟେମ୍ବରରେ ଆରମ୍ଭ ହୋଇ 2020 ଜାନୁଆରୀ ଯାଏଁ ଚାଲିବ ।