ହାଇଦ୍ରାବାଦ: ଖୁବ ଶିଘ୍ର ଆସିବାକୁ ଯାଉଛି ବିଗ ବସ-13 । ତେବେ ଆଗାମୀ ସିଜନରେ ଏକ ଗୁରୁତ୍ବପୁର୍ଣ୍ଣ ପରିବର୍ତ୍ତନ କରାଯାଇଛି । ବିଗ ବସରେ ପ୍ରତିଯୋଗୀ ଭାବେ ସାଧାରଣ ଜନତାଙ୍କୁ ଆଉ ସୁଯୋଗ ଦିଆଯିବ ନାହିଁ । ପୂର୍ବ ସିଜିନରେ ବିଗ ବସର ଟିଆରପି ସେତେଟା ଭଲ ନଥିଲା । ତେବେ ଶୋ’ରେ ଭାଗ ନେଉଥିବା ପ୍ରତିଯୋଗୀମାନେ ଶୋ’ର ଟିଆରପି ବଢାଇବାରେ ସହାୟକ ହେଉ ନାହାଁନ୍ତି ବୋଲି କହିଛନ୍ତି ନିର୍ମାତା ।
ସୂଚନାଯୋଗ୍ୟ ଶୋ’ରେ ଆସୁଥିବା ସାଧାରଣ ପ୍ରତିଯୋଗୀ ଆଗରୁ ହିଁ ଟେଲିଭିଜନ ସହ ଜଡିତ ରହିଥିବେ ମାତ୍ର ନିଜର ପରିଚୟ ଲୁଚାଇଥାନ୍ତି । ଏହି କାରଣ ଯୋଗୁଁ ଶୋ’ରେ ଆଉ ସାଧାରଣ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ ।