ମୁମ୍ବାଇ: ନେଟଫ୍ଲିକ୍ସରେ ପ୍ରଶଂସା ସାଉଁଟୁଛି ‘ଏକ୍ସଟ୍ରାକସନ’ । ଅନଲାଇନ ଷ୍ଟ୍ରିମିଂର ଏହା ସବୁଠାରୁ ଅଧିକ ଦେଖିଥିବା ଫିଚର ଫିଲ୍ମ ହେବାକୁ ଯାଉଛି । ଭାରତର ଅଧିକାଂଶ ଜାଗାରେ ସୁଟିଂ ହୋଇଥିବା ଏହି ଫିଲ୍ମରେ ହଲିଉଡର ଷ୍ଟାର କ୍ରିସ ହେମ୍ସୱର୍ଥ ଲିଡ ରୋଲରେ ଅଛନ୍ତି ।
ତେବେ ଥ୍ରିଲର ଆକ୍ସନ ଫିଲ୍ମରେ ଅନେକ ଖତରନାକ ଷ୍ଟଣ୍ଟ ଅଛି । ବିଶେଷ କରି କ୍ଲାଇମାକ୍ସରେ ଏକ ବ୍ରିଜ ଉପରେ ନନଷ୍ଟପ ଆକ୍ସନ ସିକ୍ବେନ୍ସ ସୁଟିଂ ହୋଇଛି । ଯାହାକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି । ଏହି ହାଇ ଷ୍ଟଣ୍ଟ ସିନ କରିବାକୁ କ୍ରିସଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥିଲା । ହେଲେ ସେ ନିରାଶ ହୋଇନଥିଲେ କି ଥକି ଯାଇନଥିଲେ । କ୍ରମାଗତ ଭାବେ ଆକ୍ସନ କରିବା ତାଙ୍କର ପସନ୍ଦ ବୋଲି ସେ କହିଛନ୍ତି ।