ମୁମ୍ବାଇ: ଲକଡାଉନ ସମୟରେ ଦୂରଦର୍ଶନ ଦର୍ଶକଙ୍କ ମନୋରଞ୍ଜନ କରିବାରେ ବ୍ୟସ୍ତ। କାରଣ ଘରେ ବନ୍ଦ ଥିବା ଦର୍ଶକଙ୍କ ପାଇଁ 80-90 ଦଶକର ସବୁ ଧାରାବାହିକକୁ ଧିରେ ଧିରେ କରି ପୁନଃ ପ୍ରସାରଣ କରାଯାଉଛି। ଯାହାଦ୍ବାରା ଏଭଳି ପରିସ୍ଥିତିରେ ଦୂରଦର୍ଶନର ଟିଆରପି ମଧ୍ୟ ବଢି ଚାଲିଛି । ଟିଆରପି ମାମଲାରେ ଦୂରଦର୍ଶନ ନୂଆ ଇତିହାସ ସୃଷ୍ଟି କଲାଣି।
‘ରାମାୟଣ’, ‘ମହାଭାରତ’, ‘ବୁନିୟାଦ’ ଓ ‘ମୋଗଲି’ ଭଳି ଧାରାବାହିକ ପୁନଃ ପ୍ରସାରଣ ପରେ ଏବେ ସମୟ ଆସିଯାଇଛି ଲୋକପ୍ରିୟ ଧାରାବାହିକ ‘ଚାଣକ୍ୟ’ର। ଡା. ଚନ୍ଦ୍ରପ୍ରକାଶ ଦ୍ବିବେଦୀଙ୍କ ନିର୍ଦ୍ଦେଶିତ ଏହି ଶୋ 1991-92ରେ ପ୍ରସାରିତ ହୋଇଥିଲା । ଶୋରେ ଚନ୍ଦ୍ରପ୍ରକାଶ, ଜ୍ଞାନି ଚାଣକ୍ୟଙ୍କ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ । ଏହା ପୁନଃ ପ୍ରସାରଣ ହେବା ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି। ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଦର୍ଶକ। କାରଣ ପ୍ରଥମେ ଦୂରଦର୍ଶନକୁ ଏହି ଧାରାବାହିକ ଖାସ୍ ପସନ୍ଦ ନଥିଲା ।