ହାଇଦ୍ରାବାଦ: ଶେଷରେ ରେଡ କାର୍ପେଟରେ ନିଜ ଜଲୱା ଦେଖେଇଲେ ହିନା ଖାନ । 72ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଥର ଯୋଗ ଦେଇ କାଫି ଖୁସି ଅଛନ୍ତି ହିନା । ଏହା ଭଗବାନଙ୍କ ସଙ୍କେତ ବୋଲି କହିଛନ୍ତି ହିନା।
ପ୍ରଥମ ଥର କୌଣସି ଭାରତୀୟ ଟେଲିଭିଜନର ଅଭିନେତ୍ରୀ କାନ୍ସ ଫେଷ୍ଟିଭାଲରେ ଯୋଗ ଦେଇଛନ୍ତି । ତେବେ ହିନାଙ୍କ ଡେବ୍ୟୁ ସହ ସେ କଣ ପିନ୍ଦିବେ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ହିନା ମେ 15 ଅର୍ଥାତ ଗତକାଲି ରେଡ କାର୍ପେଟରେ ଏଣ୍ଟ୍ରି ମାରିଥିଲେ ଲଙ୍ଗ ବ୍ୟାକଲେସ ଗାଉନରେ ।