ନୂଆଦିଲ୍ଲୀ: 'ବିଗବସ୍ 13'ର ବିଜେତା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଖୁବ୍ ଶୀଘ୍ର ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି । ସିଦ୍ଧାର୍ଥଙ୍କ ଡେବ୍ୟୁ ୱେବ୍ ସିରିଜ୍ ହେଉଛି 'Broken But Beautiful 3', ଯାହାର ଦୁଇଟି ସିଜିନ ପୂର୍ବରୁ ରିଲିଜ୍ ହୋଇସାରିଛି ।
ଅଲ୍ଟବାଲାଜୀ ର ଆଗାମୀ ୱେବ୍ ସିରିଜ୍'Broken But Beautiful 3' ର ଟିଜର ଆଜି ଲଞ୍ଚ କରାଯାଇଛି । ଏହି ସିରିଜରେ ମୁଖ୍ୟ ଭୂମିକାରେ ସିଦ୍ଧାର୍ଥ ଏବଂ ସୋନିଆ ରାଠୀ ଅଭିନୟ କରିଛନ୍ତି।