ଓଡିଶା

odisha

ETV Bharat / sitara

ପାତାଲ୍ ଲୋକ ବିବାଦ, ଅନୁଷ୍କାଙ୍କ ବିରୋଧରେ ମାମଲା ରୁଜୁ କଲେ ବିଜେପି ବିଧାୟକ - complaint against anushka sharma

ବଲିଉଡ ଅଭିନେତ୍ରୀ ତଥା ନିର୍ମାତା ଅନୁଷ୍କା ଶର୍ମା ତାଙ୍କ ୱେବ୍ ସିରିଜ୍ ପାତାଲ୍ ଲୋକ୍ ନେଇ ଚର୍ଚ୍ଚାରେ। ପାତାଲ୍ ଲୋକ୍ ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ୍ ହାଉସ୍ ଦ୍ବାରା ନିର୍ମାଣ କରାଯାଇଛି । ଆମାଜନ ପ୍ରାଇମରେ ଏହି ସିରିଜ୍ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି କିନ୍ତୁ ଅନ୍ୟପଟେ ଅନୁଷ୍କା ଶର୍ମା ମଧ୍ୟ ଏହି କାରଣରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

patal lok
ପାତାଲ୍ ଲୋକକୁ ନେଇ ବିବାଦ

By

Published : May 24, 2020, 2:39 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ନିର୍ମାତା ଅନୁଷ୍କା ଶର୍ମା ତାଙ୍କ ୱେବ୍ ସିରିଜ୍ ପାତାଲ୍ ଲୋକ୍ ନେଇ ଚର୍ଚ୍ଚାରେ। ପାତାଲ୍ ଲୋକ୍ ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ୍ ହାଉସ୍ ଦ୍ବାରା ନିର୍ମାଣ କରାଯାଇଛି । ଆମାଜନ ପ୍ରାଇମରେ ଏହି ସିରିଜ୍ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି କିନ୍ତୁ ଅନ୍ୟପଟେ ଅନୁଷ୍କା ଶର୍ମା ମଧ୍ୟ ଏହି କାରଣରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବର୍ତ୍ତମାନ ଗାଜିଆବାଦର ଲୋନିରୁ ବିଜେପି ବିଧାୟକ ଥିବା ନନ୍ଦକିଶୋର ଗୁର୍ଜର ଆପତ୍ତି ଉଠାଇଛନ୍ତି। ଅନୁଷ୍କା ଶର୍ମାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ନନ୍ଦକିଶୋର ଗୁର୍ଜର ଲୋନି ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଏହି ୱେବ୍ ସିରିଜ୍ ଉପରେ ସେ ଅନେକ ଗୁରୁତର ଅଭିଯୋଗ କରିଛନ୍ତି।

ବିଧାୟକ ଅଭିଯୋଗ କରିଛନ୍ତି ଯେ ଅନୁଷ୍କା ଶର୍ମା ଜଣେ ମାଫିଆଙ୍କ ସହ ବିଧାୟକ ନନ୍ଦକିଶୋରଙ୍କ ଫଟୋ ରଖିଛନ୍ତି ଓ ଗୁର୍ଜର ସମାଜକୁ ନେଇ ଆପତ୍ତିଜନକ ଜିନିଷ ମଧ୍ୟ ଦେଖାଇଛନ୍ତି । ବିଧାୟକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଏହି ୱେବ୍ ସିରିଜରେ ତାଙ୍କ ଛବି ବିନା ଅନୁମତିରେ ବ୍ୟବହୃତ ହୋଇଛି ଏବଂ ଗୁର୍ଜର ଜାତିକୁ ନେଇ ମଧ୍ୟ ଭୁଲ ଭାବରେ ଚିତ୍ରଣ କରାଯାଇଛି। କେବଳ ଏତିକି ନୁହେଁ, ରାସୁକା ଅର୍ଥାତ ଏନଏସଏ(ନ୍ୟାସନାଲ ସିକ୍ୟୁରିଟି ଆକ୍ଟ) ଅଧୀନରେ ଅନୁଷ୍କା ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ବିଧାୟକ କହିଛନ୍ତି ଯେ ଗୁର୍ଜର ଜାତିର ଚିତ୍ର ୱେବସିରିଜିରେ ଡକାୟତ ଭାବରେ ଦର୍ଶାଯାଇଛି । ଏଥି ସହିତ ପଞ୍ଜାବର ଜାଟ (ଜାଟ), ବ୍ରାହ୍ମଣ, ତ୍ୟାଗୀ ଇତ୍ୟାଦି ଜାତିଗତ ଭେଦଭାବ ଓ ଜାତି ସମ୍ବନ୍ଧୀୟ ଶବ୍ଦ ମାଧ୍ୟମରେ ନିମ୍ନ ଜୀବନ ଧାରଣ ଦର୍ଶାଯାଇଥିବା ଦେଖାଯାଇଛି।

ବିଧାୟକ କହିଛନ୍ତି, ‘ଅନୁଷ୍କା ଶର୍ମା ବିନା ଅନୁମତିରେ ମୋତେ ୱେବସିରିଜରେ ଅନ୍ତର୍ଭୁକ୍ତ କରିଥିଲେ ଓ ସନାତନ ଧର୍ମ ଉପରେ ଆକ୍ରମଣ କରିଥିଲେ। ଭାରତକୁ ଏଭଳି ବିଶ୍ବ ସ୍ତରରେ ଚିତ୍ରଣ କରାଯାଇଛି। ଏହିପରି ଜାତୀୟ ବିରୋଧୀ କାର୍ଯ୍ୟ ପାଇଁ ଅନୁଷ୍କା ଶର୍ମାଙ୍କ ଉପରେ ରାସୁକା ଅର୍ଥାତ ଏନଏସଏ(ନ୍ୟାସନାଲ ସିକ୍ୟୁରିଟି ଆକ୍ଟ) ଲଗାଇ ୱେବସିରିଜକୁ ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି ।

ଏହା ବ୍ୟତୀତ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଏହି ୱେବ୍ ସିରିଜ୍ ପାଇଁ ଏକ ଲିଗାଲ୍ ନୋଟିସ୍ ପଠାଯାଇଛି। ଏହି ନୋଟିସ ଲୋଏର ଗିଲ୍ଡ ମେମ୍ବର ଓକିଲ ବିରେନ ସିଂ ଗୁରୁଙ୍ଗ ପଠାଇଛନ୍ତି। 18 ମେ ରେ ପଠାଯାଇଥିବା ଏହି ବିଜ୍ଞପ୍ତିରେ ସୁଦୀପ ଶର୍ମାଙ୍କ ଦ୍ବାରା ଲିଖିତ ଏହି ୱେବ୍ ସିରିଜ୍ ଜାତିବାଦୀ ଶବ୍ଦ ବ୍ୟବହାର କରି ଗୋରଖା ସମ୍ପ୍ରଦାୟକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି।

ବିରେନ କହିଛନ୍ତି ଯେ ପାତାଲ ଲୋକର ଦ୍ବିତୀୟ ଏପିସୋଡରେ ପଚରାଉଚରା ବେଳେ ଲେଡି ପୋଲିସ ସୋ’ରେ ଉପସ୍ଥିତ ଥିବା ନେପାଳୀ ଚରିତ୍ର ଉପରେ ଜାତିଆଣ ଶବ୍ଦ ବ୍ୟବହାର କରିଥିଲେ। ଯଦି କେବଳ ନେପାଳୀ ଶବ୍ଦ ବ୍ୟବହୃତ ହୁଏ, ତେବେ କୌଣସି ଅସୁବିଧା ହୋଇନଥିଲା କିନ୍ତୁ ଏହା ପର ଶବ୍ଦ ଗ୍ରହଣ କରାଯାଇପାରିବ ନାହିଁ । ଯେହେତୁ ଅନୁଷ୍କା ଶର୍ମା ଏହି ସୋ’ର ନିର୍ମାତା ତେଣୁ ଆମେ ତାଙ୍କୁ ନୋଟିସ୍ ପଠାଇଛୁ । ଏହି ପ୍ରସଙ୍ଗରେ ଅନୁଷ୍କା ଶର୍ମା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଯଦି ଉତ୍ତର ଗ୍ରହଣୀୟ ନହୁଏ, ତେବେ ଆଇନଗତ ଭାବେ ଏହି ମାମଲାକୁ ଆଗକୁ ନିଆଯିବ।

ABOUT THE AUTHOR

...view details