ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହର ପୁଣି ଥରେ ସାରା ଦେଶରେ ଲୋକଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଛି । ବହୁ ବଲିଉଡ ତାରକା ମଧ୍ୟ ଏହି ମହାମାରୀର ଶିକାର ହୋଇଛନ୍ତି । ଏସବୁ ମଧ୍ୟରେ ଏବେ କୋରୋନା ଆକ୍ରାନ୍ତ ହେଲେ ବିଗବସ୍ ଫେମ ଅର୍ଶୀ ଖାନ ।
ଅର୍ଶୀ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ ଏବେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି ।
ଏୟାରପୋର୍ଟର ଯାଞ୍ଚରୁ ଆର୍ଶୀଙ୍କ କୋଭିଡ -19 ପଜିଟିଭ ବୋଲି ଜଣାପଡିଛି ।
ଇନଷ୍ଟାଗ୍ରାମରେ ପୋଷ୍ଟରେ ଅର୍ଶୀ ଲେଖିଛନ୍ତି, ମୋର କୋଭିଡ-19 ଟେଷ୍ଟ ପଜିଟିଭ୍ ଆସିଛି । ମୁଁ ଏବେ ହୋମ କ୍ବାରେଣ୍ଟାଇନରେ ଅଛି। ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ, ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି, ସେମାନେ ମଧ୍ୟ ସେମାନଙ୍କର କୋରୋନା ଟେଷ୍ଟ କରିବା ଉଚିତ୍ । ଦୟାକରି ସମସ୍ତେ ସୁରକ୍ଷିତ ରୁହନ୍ତୁ ଏବଂ ଯତ୍ନ ନିଅନ୍ତୁ ।
ଅର୍ଶୀଙ୍କ ଏହି ପୋଷ୍ଟରେ, ତାଙ୍କର ବନ୍ଧୁ ଏବଂ ପ୍ରଶଂସକମାନେ ତାଙ୍କର ଶୀଘ୍ର ସୁସ୍ଥ କାମନା କରିଛନ୍ତି ।