ମୁମ୍ବାଇ: ବିଗବସ-୧୮ର ୱିକେଣ୍ଡ କା ବାର୍(Weekend ka Vaar)ରେ ଏଥର ଦର୍ଶକ ଦେଖିବେ ସମିତା ଓ ପ୍ରତୀକଙ୍କ ଲଢେଇ । ଉଭୟ ଏହି ଏପିସୋଡ଼ରେ ପରସ୍ପର ମଧ୍ୟରେ ଯୁକ୍ତିତର୍କ କରୁଥିବା ନଜର ଆସିବେ । ଏହି ଟାଣୁଆ ପ୍ରତିଯୋଗୀଙ୍କ ଲଢେଇ ଚଳିତ ୱିକେଣ୍ଡ କା ବାର୍ର ହାଇଲାଇଟ କ୍ଲିପ ରହିଥିବାବେଳେ ସମିତାଙ୍କୁ ସେମ୍ ଅନ ୟୁ ବା ଲଜ୍ଜା ନାହିଁ ବୋଲି କହିଲେ ପ୍ରତୀକ ।
ଏହି ଏପିସୋଡ଼ରେ ନୋମିନେସନକୁ ଗୁରୁତ୍ବ ଦେଇଥିବାବେଳେ ପ୍ରତିଯୋଗୀଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଛି । ସେପଟେ ହାଉସ ମଧ୍ୟରୁ ଅତିଥିଙ୍କ ଏଣ୍ଟ୍ରି ପ୍ରତିଯୋଗୀଙ୍କୁ ଯୋଗାଇଛି ପାୱାର । ଏହାରି ମଧ୍ୟରେ ହାଇଲାଇଟ ହୋଇଛି ହାଉସର ଷ୍ଟ୍ରଙ୍ଗ କଣ୍ଟେଷ୍ଟାଣ୍ଟ ପ୍ରତୀକ ସେହଜପାଲ ଓ ସମିତା ସେଟ୍ଟୀଙ୍କ ଯୁକ୍ତିତର୍କ । ଏକ ଭିଡ଼ିଓରେ ପ୍ରତୀକ କହିଛନ୍ତି ଯେ ସମିତା ସବୁବେଳେ ହାଉସ ମଧ୍ୟରେ ନିଜ ବନ୍ଧୁଙ୍କ ସମର୍ଥନକୁ ଆଶା ରଖିଥାନ୍ତି ଏବଂ ସେ ଭୁଲ ଥିଲେ ମଧ୍ୟ ବନ୍ଧୁଙ୍କ ସମର୍ଥନ ଲୋଡିଥାନ୍ତି ।