ମୁମ୍ବାଇ: କଣ୍ଟ୍ରୋଭର୍ସି ରିଆଲିଟି ସୋ 'ବିଗ୍ ବସ୍' 14 ତମ ସିଜିନର ପ୍ରତିଯୋଗୀ ପବିତ୍ରା ପୁନିଆ 'ବିଗ୍ ବସ୍ 13'ରେ ଥିବା ତାଙ୍କ ଏକ୍ସ ବୟଫ୍ରେଣ୍ତ ପାରସ ଛାବ୍ରାଙ୍କ ବିଷୟରେ ଆଲୋଚନା କରିଛନ୍ତି ।
ବିଗ୍ ବସ୍ ଘରେ ରହିବା ସମୟରେ ପାରସ ଅନେକ ଥର ପବିତ୍ରାଙ୍କ ବିଷୟରେ ଅନେକ କଥା କହିଥିଲେ । ବର୍ତ୍ତମାନ ଯେହେତୁ ପବିତ୍ରା ମଧ୍ୟ ବିଗ୍ ବସ୍ 14 ର ଏକ ଅଂଶ ହୋଇଛନ୍ତି, ସେ ପାରସଙ୍କ ପ୍ରତିକ୍ରିୟାରେ ପ୍ରତିଶୋଧ ନେବେ କି ?
ଏଥିପାଇଁ ପବିତ୍ରା କହିଛନ୍ତି, 'ବିଗ୍ ବସ୍ 13' ସିଜିନରେ ମୁଁ ସବୁ କଥା ଶୁଣିବାବେଳେ କିଛି କହି ନ ଥିଲି । ଯେତେବେଳେ ସେ ଘରେ ରହିବା ସମୟରେ ଏପରି କଥା କହିଥିଲେ, ସେତେବେଳେ ମଧ୍ୟ ମୁଁ କୌଣସି ଉତ୍ତର ଦେଇ ନଥିଲି । ବର୍ତ୍ତମାନ ତଥାପି ମୁଁ କିଛି କହିବି ନାହିଁ । ଯାହା ପାଇଁ ମୁଁ ଏତେ କିଛି କରିଥିଲି, ସେ ଯଦି କିଛି ବୁଝିପାରିଲା ନାହିଁ, ତେବେ ଏପରି ବ୍ୟକ୍ତିଙ୍କ ପାଇଁ ମୁଁ କଣ ମନ୍ତବ୍ୟ ଦେବି ?
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ