ଓଡିଶା

odisha

ରିଲିଜ ହେଲା ଅଲ୍ଲି-ଜାସ୍ମିନଙ୍କ ‘ତେରା ସୁଟ୍’

By

Published : Mar 9, 2021, 11:19 AM IST

ଜାସ୍ମିନଙ୍କ କଏଦୀ ସାଜିଲେ ଅଲ୍ଲି । ପ୍ରେମରେ ହେଲେ ଦିୱାନା । ‘ତେରା ସୁଟ’ରେ ଝୁମିଲେ, ନାଚିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାସ୍ମିନ ଭାସିନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାସ୍ମିନ ଭାସିନ

ମୁମ୍ବାଇ: ‘ବିଗବସ 14’ର ଲଭବାର୍ଡ ଅଲ୍ଲି ଗୋନି ଓ ଜାସ୍ମିନ ଭାସିନ ଏବେ ମ୍ୟୁଜିକ ଭିଡିଓରେ କରୁଛନ୍ତି ରୋମାନ୍ସ । ରିଲିଜ ହୋଇଯାଇଛି ଦୁଇଜଣଙ୍କ ପ୍ରଥମ ମ୍ୟୁଜିକ ଭିଡିଓ ‘ତେରା ସୁଟ’ । ଯାହାକୁ ଗାଇଛନ୍ତି ଫେମସ ସିଙ୍ଗର ଟୋନି କକ୍କର ।

ରିଲିଜ ହେବା ମାତ୍ରେରେ ୟୁଟ୍ୟୁବରେ ଚହଳ ସୃଷ୍ଟି କରିଛି ଏହି ଗୀତ । ସେପଟେ ପୁଣିଥରେ ଅଲ୍ଲି ଓ ଜାସ୍ମିନଙ୍କୁ ଏକାଠି ଦେଖି ଖୁସି ଅଛନ୍ତି ଫ୍ୟାନ୍ସ । ସୋମବାର ରିଲିଜ ହୋଇଥିବା ଏହି ଗୀତକୁ ଏଯାବତ 7 ଲକ୍ଷରୁ ଅଧିକା ଭ୍ୟୁ ମିଳିସାରିଲାଣି । ଆପଣ ବି ଦେଖନ୍ତୁ ଗୀତ...

ଏବର୍ଷର ହୋଲି ସଙ୍ଗ ରୂପେ ‘ତେରା ସୁଟ’ରେ ଝୁମିବେ ଦର୍ଶକ । ପୂର୍ବରୁ ମଧ୍ୟ ଟୋନିଙ୍କ ଅନେକ ଗୀତ ୟୁଟ୍ୟୁବରେ ଯାଦୁ ଦେଖାଇସାରିଛି । ଏହି କ୍ରମରେ ସାମିଲ ଅଛି ‘ଗୋଆ ବିଚ୍’, ‘କୁର୍ତା ପଜାମା’, ‘ଧିମେ ଧିମେ’ ଭଳି ଗୀତ ।

ABOUT THE AUTHOR

...view details