ଓଡିଶା

odisha

ETV Bharat / sitara

ବିଗବସ ହାଉସରେ ନୂଆ ଲଭବାର୍ଡ, ପୁନିଆଙ୍କ ପ୍ରେମରେ ଏଜାଜ

ଭାଇରାଲ ହେଲା ‘ବିଗବସ 14’ର ନୂଆ ପ୍ରୋମୋ ଭିଡିଓ । ଏଥର ପ୍ରତିଯୋଗୀଙ୍କ କଳି ଝଗଡା ନୁହେଁ ବରଂ ପ୍ରେମ ଦେଖିବାକୁ ମିଳୁଛି । ଅଧିକ ପଛନ୍ତୁ...

By

Published : Nov 14, 2020, 1:43 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଲର୍ସ ଚ୍ୟାନେଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଲର୍ସ ଚ୍ୟାନେଲ

ମୁମ୍ବାଇ: ‘ବିଗବସ 14’ ହାଉସରେ ଏବେ ଚାଲିଛି ପ୍ରେମ ଋତୁ । ପ୍ରତିଯୋଗୀ ପବିତ୍ରା ପୁନିଆଙ୍କ ପ୍ରେମରେ ଦିୱାନା ନଜର ଆସୁଛନ୍ତି ଏଜାଜ ଖାନ । ଏବେ ଦୁଇଜଣଙ୍କ ରୋମାଣ୍ଟି ଅନ୍ଦାଜ ଶୋକୁ ଆହୁରି ଆକର୍ଷିତ କରିଛି । ଯାହାକୁ ଦେଖିବାକୁ ଅନାଇ ବସିଛନ୍ତି ଦର୍ଶକ । ରିଲିଜ ହୋଇଥିବା ନୂଆ ପ୍ରୋମୋ ଭିଡିଓରେ ଦୁଇଜଣଙ୍କ ରୋମାଣ୍ଟି ମୂହୁର୍ତ୍ତ ଦେଖି ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ । ଭିଡିଓ ଦେଖି ଲାଗୁଛି ଯେ ଏଜାଜଙ୍କୁ ଖୁବ୍ ପସନ୍ଦ ଆସୁଛନ୍ତି ପବିତ୍ରା । ଦୁଇଜଣଙ୍କ ମଧ୍ୟରେ ଶେଷ ହୋଇଯାଇଛି ବିବାଦ । ଏବେ ପରସ୍ପର ପ୍ରେମରେ ଉବୁଡୁବୁ ଏହି ଯୋଡି ।

ଏଜାଜ ଓ ପବିତ୍ରା ଏବେ ‘ବିଗବସ 14’ ହାଉସର ଲଭବାର୍ଡ ସାଜିଛନ୍ତି । ନିଜ ଝଗଡା ଶେଷ କରି ପରସ୍ପର ଉପରେ ଅଧିକ ଧ୍ୟାନ ଦେଉଛନ୍ତି ଯୋଡି । ଆପଣ ବି ଦେଖନ୍ତୁ ଏହି ପ୍ରେମଭରା ପ୍ରୋମୋ ଭିଡିଓ...

ପ୍ରକାଶ ଥାଉକି ଏମିତି ପ୍ରଥମଥର ହୋଇନାହିଁ ଯେ ବିଗବସ ହାଉସରେ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିବ । ଏହାପୂର୍ବରୁ ମଧ୍ୟ ଅନେକ ପ୍ରେମୀ ଯୁଗଳଙ୍କୁ ଶୋରେ ଦେଖିସାରିଛନ୍ତି ଦର୍ଶକ ।

ABOUT THE AUTHOR

...view details