ଓଡିଶା

odisha

ଗୌହ୍ବରଙ୍କୁ ଧମକ ଦେଲେ ସିଦ୍ଧାର୍ଥଙ୍କ ପ୍ରଶଂସକ

By

Published : Nov 2, 2019, 8:34 PM IST

ପୁଣି ବିଗ ବସକୁ ନେଇ ଚର୍ଚ୍ଚା ଏଥର ପ୍ରତିଯୋଗୀଙ୍କ ମଧ୍ୟରେ ନୁହେଁ ବରଂ ପୂର୍ବତନ ପ୍ରତିଯୋଗୀ ଗୌହ୍ବରଙ୍କୁ ନେଇ ରାଗିଛନ୍ତି ସିଦ୍ଧାର୍ଥ ଶୁକ୍ଲାଙ୍କ ଫ୍ୟାନ୍ସ।

ଡିଜାଇନ ଫଟୋ

ମୁମ୍ବାଇ: ବିଗ ବସ ସିଜନ 13 ଆରମ୍ଭରୁ ହିଁ ଚର୍ଚ୍ଚାରେ। ଏହି ଶୋ’ କୁ ନେଇ ଗୋଟିଏ ପରେ ଗୋଟିଏ ବିବାଦ ସାମ୍ନାକୁ ଆସିବାରେ ଲାଗିଛି। ଏନେଇ ସୋସିଆଲ ମିଡିଆରେ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। କିଛି ଦର୍ଶକଙ୍କୁ ସିଜନ 13 ଏତେ ଭଲ ଲାଗୁଛି ଯେ ଟିଆରପି ମାମଲାରେ ଏହି ଶୋ ସମସ୍ତଙ୍କୁ ପଛରେ ପକାଇ ଦେଉଛି। ଆଉ କିଛି ଦର୍ଶକଙ୍କ ସୋସିଆଲ ମିଡିଆରେ ଶୋ’କୁ ନେଇ ନିଜ ଖରାପ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଶୋକୁ ଫ୍ୟାନ୍ସ ସମେତ ଏକ୍ସ ପ୍ରତିଯୋଗୀ ଗୌହ୍ବର ଖାନ ମଧ୍ୟ ଫଲୋ କରୁଛନ୍ତି। ସେ ପ୍ରାୟତଃ ଶୋ’ର ପ୍ରତିଯୋଗୀଙ୍କ ବ୍ୟବହାର ଉପରେ ନିଜର ବିଚାର ବ୍ୟକ୍ତ କରୁଥିବାର ନଜର ଆସୁଛନ୍ତି।

ବିଗ ବସର ୱିକେଣ୍ଡ କା ୱାର ଏପିସୋଡରେ ଏହି ସପ୍ତାହରେ ଗୌହ୍ବର ଗେଷ୍ଟ ରୂପେ ନଜର ଆସିବେ। ଶୋରେ ଗୌହ୍ବର ଯିବା ଖବର ସାମ୍ନାକୁ ଆସିବା ମାତ୍ରେ ବିଗ ବସ ସିଜନ 13ର ଦମଦାର ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଲା ଫ୍ୟାନ୍ସ ତାଙ୍କୁ ସୋସିଆଲ ମିଡିଆରେ ଆଡୁସାଡୁ କହିଛନ୍ତି । ଖାଲି ଏତିକି ନୁହେଁ ତାଙ୍କୁ ଧମକ ମଧ୍ୟ ଦେଉଛନ୍ତି । ସିଦ୍ଧାର୍ଥଙ୍କ ଫ୍ୟାନ୍ସ ଅନୁଯାୟୀ ଯଦି ଶୋରେ ଗୌହ୍ବର, ସିଦ୍ଧାର୍ଥଙ୍କ ବିରୋଧରେ କିଛି ଖରାପ କହିବେ ତେବେ ସେମାନେ ସୋସିଆଲ ମିଡିଆରେ #ShameOnYouGauahar ଟ୍ରେଣ୍ଡ କରାଇବେ।

ଏପରିକି ତାଙ୍କୁ ଧମକ ଦେଇ ଜଣେ ୟୁଜର ଲେଖିଛନ୍ତି, ‘ଗୌହ୍ବର ବିଗ ବସ ଘରକୁ ଯିବାର ଅଛି। ଯଦି ସେ ଶୋ’ରେ ସିଦ୍ଧାର୍ଥଙ୍କୁ ନେଗେଟିଭ କହିଲେ, ତେବେ ସେ #ShameOnYouGauahar ପାଇଁ ରେଡି ଥାନ୍ତୁ । କାରଣ ସେ ସିଦ୍ଧାର୍ଥଙ୍କୁ ଖୁବ୍ ଘୃଣା କରନ୍ତି । ତେଣୁ ମତେ ବିଶ୍ବାସ ଅଛି ସେ ଶୋରେ ଫାଲତୁ ଲେକ୍ଚର ଝାଡିବେ।’ ଗୌହ୍ବର ମଧ୍ୟ କେଉଁ ଛାଡିବା ଅଭିନେତ୍ରୀ ।

ଫଟୋ ସୌଜନ୍ୟ: ଟ୍ବିଟର@ଗୌହର ଖାନ

ସେ ମଧ୍ୟ ୟୁଜର୍ସଙ୍କ ଟ୍ବିଟକୁ ରିଟ୍ବିଟ କରି କଡା ଜବାବ ଦେଇଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି, ‘କେତେ ସମୟ ଅଛି ଲୋକଙ୍କ ପାଖରେ। ମୁଁ ସିଦ୍ଧାର୍ଥଙ୍କ ବିରୋଧୀ ନୁହେଁ । ଯଦି ମତେ କୌଣସି ପ୍ରତିଯୋଗୀଙ୍କ ବ୍ୟବହାର ଖରାପ ଲାଗିବ ତେବେ ତାହା ଉପରେ ମୋ ବିଚାର ରଖିବାର ଅଧିକାର ଅଛି। ତୁମକୁ ଲାଗୁଛି ଯେ ଏହା ଘୃଣା ଏବଂ ଲଢେଇ ବୋଲି।’ ପ୍ରକାଶ ଥାଉକି ନିକଟରେ ଗୌହର ଏକ ଟ୍ବିଟ କରି ସିଦ୍ଧାର୍ଥଙ୍କ ଆଲୋଚନା କରିଥିଲେ । ଯାହା ପରେ ସିଦ୍ଧାର୍ଥଙ୍କ ଫ୍ୟାନ୍ସ ତାଙ୍କ ଉପରେ ଭୀଷଣ ରାଗିଛନ୍ତି।

ABOUT THE AUTHOR

...view details