ଓଡିଶା

odisha

ETV Bharat / sitara

‘ବିଗବସ’ ବିବାଦ: କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପି ବିଧାୟକ, କରଣୀ ସେନାର ଚିଠି - ବିଗ ବସ ବିରୋଧରେ ବିଜେପି ନେତା

ବିଗବସ ପ୍ରେମୀଙ୍କ ପାଇଁ ବ୍ୟାଡ ନ୍ୟୁଜ । କାରଣ ଏଥର ବିଗ ବସ ସିଜନ 13କୁ ନେଇ ଦେଖାଦେଇଛି ବିବାଦ । ଶୋ ବନ୍ଦ କରିବାରେ ଦାବିରେ ବିଜେପି ବିଧାୟକ ।

ଡିଜାଇନ ଫଟୋ

By

Published : Oct 10, 2019, 12:31 PM IST

Updated : Oct 10, 2019, 2:53 PM IST

ମୁମ୍ବାଇ: ସଲମାନ ଖାନଙ୍କ ଛୋଟ ପରଦାର ବିବାଦୀୟ ରିୟାଲିଟି ଶୋ ବିଗ ବସ ସିଜନ 13କୁ ବନ୍ଦ କରିବା ପାଇଁ ଚର୍ଚ୍ଚା କିଛି ଦିନ ହେବ ଜୋର ଧରିଛି । ଏହାର ଦାବିରେ ବିଜେପି ବିଧାୟକ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଚିଠି ଲେଖିଛନ୍ତି । ଏହି ଶୋ ଉପରେ ତୁରନ୍ତ ରୋକ ଲାଗାଇବା ପାଇଁ ଚିଠିରେ ଦାବି କରାଯାଇଛି ।

ଉତ୍ତର ପ୍ରଦେଶର ଗାଜିୟାବାଦ ଜନପଦ ଲୋନୀ ବିଧାନସଭା ସିଟରୁ ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର ଚିଠିରେ ଲେଖିଛନ୍ତି, ‘ବିଗବସ-13’ର ପ୍ରସାରଣ ପ୍ରାଇମ ଟାଇମ ସ୍ଲଟରେ କରାଯାଉଛି । ଯାହାର କଣ୍ଟେଟରେ ଅଶ୍ଳୀଳତା ଖୁଲମଖୁଲା ପ୍ରଦର୍ଶିତ ହେଉଛି। ଏହି ଶୋକୁ ପୁରା ପରିବାର ସହ ଦେଖିବା କଷ୍ଟଦାୟକ । ଏହାସହ ବିଗ ବସ ଯେଉଁ ଟିଭି ମାଧ୍ୟମରେ ଦେଶର ବଡ ବର୍ଗ ପାଖରେ ସିଧା ପହଞ୍ଚୁଛି । ତାଙ୍କ ସେନ୍ସର ବ୍ୟବସ୍ଥା ଫିଲ୍ମ ଭଳି କଡା ରୂପେ କରାଯାଉ । ଯାହାଦ୍ବାରା ଏପରି ଅଶ୍ଳୀଳତା ପ୍ରଦର୍ଶନ କରି ସମାଜ ଏବଂ ସଂସ୍କୃତିକୁ ଖରାପ କରୁଥିବା କାର୍ଯ୍ୟକ୍ରମ ଉପରେ ରୋକ ଲଗା ଯାଇପାରିବ ।’

ଫଟୋ ସୌଜନ୍ୟ: ଏଏନଆଇ

ନନ୍ଦଙ୍କ ପୂର୍ବରୁ ବିଜେପି ନେତା ସତ୍ୟଦେବ ପଚୌରୀ ମଧ୍ୟ ବିଗ ବସ କଣ୍ଟେଟ ଉପରେ କଡା ନିନ୍ଦା କରି ଏକ ଟ୍ବିଟ କରିଥିଲେ । ପ୍ରକାଶ ଥାଉକି ଗତ ତିନି ଚାରି ଦିନ ହେବ ସୋସିଆଲ ମିଡିଆରେ ବିଗ ବସ ବନ୍ଦ କରିବା ଦାବି ସାମ୍ନାକୁ ଆସିଥିଲା । ଯାହା ବର୍ତ୍ତମାନ ଏବେ ବଡ ପ୍ରସଙ୍ଗ ସାଜିଛି ।

ଶୋକୁ ବନ୍ଦ କରିବା ଦାବିର କାରଣ ହେଲା କି ଏଥର ଶୋର ନୂଆ ସେଟଅପ । ଯାହାଦ୍ବାରା ସଲମାନ ଖାନ ବିଗ ବସ ହାଉସରେ ଏଣ୍ଟ୍ରି କରିବା ପୂର୍ବରୁ ପ୍ରତିଯୋଗୀଙ୍କୁ ଜଣାଇଦେଇଥିଲେ ଯେ ତାଙ୍କ ବେଡ ଫ୍ରେଣ୍ଡ ଫରଏଭର କିଏ ହେବ । ଏହି ବିଏଫଏଫ ନିୟମ ପାଇଁ ଗୋଟିଏ ବେଡରେ ପୁଅ, ଝିଅ ମିଶିକି ଶୋଇବାକୁ ପଡୁଛି । ଯାହାକୁ ଆଧାର କରି ଶୋ ବନ୍ଦ କରାଯିବାର ଦାବି ହେଉଛି ।

ବିଗବସକୁ ନେଇ ବିଜେପି ବିଧାୟକଙ୍କ ବୟାନ

ଖାଲି ବିଜେପି ନେତା ନୁହେଁ ବରଂ କର୍ଣ୍ଣୀ ସେନା ମଧ୍ୟ ପ୍ରକାଶଙ୍କୁ ଚିଠି ଲେଖି ଶୋ ବନ୍ଦ କରିବାର ଦାବି କରିଛି । ଚିଠିରେ ହିନ୍ଦୁ ସଂସ୍କୃତିର ଅପମାନ ବିଗ ବସ ଶୋ ନ୍ୟାସନାଲ ଟିଭିରେ କରୁଛି । ଶୋ ଲଭ ଜିହାଦକୁ ପ୍ରମୋଟ କରିବା ସହ ଯୁବପିଢିକୁ ଖରାପ କରୁଛି । ଅଶ୍ଳୀଳ ସିନ ମଧ୍ୟ ଖୁବ୍ ଦେଖିବାକୁ ମିଳୁଛି ବୋଲି ଲେଖାଯାଇଛି ।

ଏହାସହ କର୍ଣ୍ଣୀ ସେନା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ଚିଠି ଲେଖିଛି । ରାଷ୍ଟ୍ରୀୟ ଟେଲିଭିଜନରେ ଲଭ ଜିହାଦ ବଢାଇବା ଏବଂ ହିନ୍ଦୁ ସଂସ୍କୃତିକୁ ଅପମାନ କରିବା ପାଇଁ ସଲମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ଚିଠିରେ ଦାବି କରାଛି କର୍ଣ୍ଣୀ ସେନା।

Last Updated : Oct 10, 2019, 2:53 PM IST

ABOUT THE AUTHOR

...view details