ଓଡିଶା

odisha

ETV Bharat / sitara

ହିଂମାଶୀଙ୍କ ବଡ ଖୁଲାସା, ବ୍ରେକଅପର କାରଣ ସେହନାଜ

ନିଜ ଏକ୍ସ ବୟଫ୍ରେଣ୍ଡଙ୍କ ସହ ବ୍ରେକଅପ ହେବାର କାରଣ ଜଣାଇଲେ ବିଗ ବସ 13 ପ୍ରତିଯୋଗୀ ହିଂମାଶୀ ଖୁରାନା । ତାଙ୍କ ବ୍ରେକଅପ ପାଇଁ ଦାୟୀ କେବଳ ସେହନାଜ ଗିଲ ।

himanshi khurana
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିଂମାଶୀ ଖୁରାନା

By

Published : Jan 31, 2020, 4:50 PM IST

ମୁମ୍ବାଇ: ନିକଟରେ ରିୟାଲିଟି ଶୋ ବିଗ ବସ 13ରେ ପୁଣିଥରେ ଏଣ୍ଟ୍ରି କରିଛନ୍ତି ପ୍ରତିଯୋଗୀ ରହିସାରିଥିବା ହିମାଂଶୁ ଖୁରାନା । ତାଙ୍କ ଆସିବା ପରେ ବିଗ ବସ 13ର ଫେମସ ପ୍ରତିଯୋଗୀ ଆସୀମ ରିୟାଜ ତାଙ୍କୁ ପ୍ରେମ ନିବେଦନ କରିଥିଲେ । ଯାହା ପରଠୁ ଏହି ଯୋଡି ଚର୍ଚ୍ଚାରେ । ହେଲେ ଫ୍ୟାନ୍ସ କେବେଠୁ ହିଂମାଶୀଙ୍କ ପଛ ବ୍ରେକଅପ ବିଷୟରେ ଜାଣିବାକୁ ଉତ୍ସାହିତ ଅଛନ୍ତି । କାରଣ ଆସୀମ ଅନେକ ଥର ହିଂମାଶୀଙ୍କ ବ୍ରେକଅପ ପାଇଁ ନିଜକୁ ଦାୟୀ ମାନୁଛନ୍ତି । ତାଙ୍କ ପାଇଁ ହିଂମାଶୀ ନିଜ ଏକ୍ସ ବୟଫ୍ରେଣ୍ଡ ସହ ବ୍ରେକଅପ କରିଛନ୍ତି ବୋଲି ତାଙ୍କୁ ସବୁବେଳେ ଏମିତି ଲାଗୁଛି । ହେଲେ ହିଂମାଶୀ ମଧ୍ୟ ଏହି କଥାକୁ ଭୁଲ ସାବ୍ୟସ୍ତ କରିଆସୁଛନ୍ତି ।

ଇତିମଧ୍ୟରେ ହିଂମାଶୀ ନ୍ୟାସନାଲ ଟିଭିରେ ନିଜ ବ୍ରେକଅପର ଖୁଲାସା କରିଛନ୍ତି । କାହିଁକି ସେ ଅଧିକ ସମୟ ପର୍ଯ୍ୟନ୍ତ ନିଜ ରିଲେସନଶିପରେ ରହିପାରିନଥିଲେ ତାହା ଜଣାଇଛନ୍ତି । ନିକଟରେ ପ୍ରସାରିତ ହୋଇଥିବା ଏକ ଏପିସୋଡରେ ହିଂମାଶୀ, କଶ୍ମୀରା ଶାହ ଓ ଆରତୀ ସିଂଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ ।

କଥାବାର୍ତ୍ତା ମଧ୍ୟରେ ହିଂମାଶୀ କହିଥିଲେ କି ସେହନାଜ ଗିଲଙ୍କ ପାଇଁ ତାଙ୍କର ବ୍ରେକଅପ ହୋଇଥିଲା । ତାଙ୍କ ବ୍ରେକଅପର କାରଣ ଆସୀମ ନୁହେଁ । ସମ୍ପର୍କ ଖରାପ ହେବା ଯୋଗୁ ସେହନାଜଙ୍କ ସହ ତାଙ୍କ ଶତ୍ରୁତା ବଢିଯାଇଥିଲା । ତାଙ୍କ ବୟଫ୍ରେଣ୍ଡଙ୍କ ପରିବାର ସେହନାଜଙ୍କ ସହ ଅଧିକ ନିକଟତର ଥିଲେ । ଯାହା ପାଇଁ ସେହନାଜ ତାଙ୍କ ସମ୍ପର୍କକୁ ଖରାପ କରିଦେଇଥିଲେ ।

ତାଙ୍କ ବୟଫ୍ରେଣ୍ଡ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ । ସେ ଯେଉଁ ସମ୍ପର୍କକୁ ନିଜର ସବୁକିଛି ଦେଇଥିଲେ, ସେହି ସମ୍ପର୍କରେ ସେ ଧୋକା ପାଇଥିଲେ । କେବେ ମଧ୍ୟ ଥରେ ତାଙ୍କ ବୟଫ୍ରେଣ୍ଡ ତାଙ୍କ ପରିସ୍ଥିତି ବୁଝିବାକୁ ଚେଷ୍ଟା କରିନଥିଲେ । ଏହାପରେ ସେ ବୟଫ୍ରେଣ୍ଡଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲେ ।

ABOUT THE AUTHOR

...view details