ଓଡିଶା

odisha

ETV Bharat / sitara

ବିଗବସ-13: ଷ୍ଟେସନମାଷ୍ଟର ଲୁକରେ ସଲମାନ - ଷ୍ଟେସନମାଷ୍ଟର ଲୁକରେ ସଲମାନ

ଖୁବ ଶୀଘ୍ର ବିଗବସର 13ତମ ସିଜିନ ଆରମ୍ଭ ହେଉଛି । ପ୍ରମୋ ପାଇଁ ସଲମାନଙ୍କ ଷ୍ଟେସନମାଷ୍ଟର ଲୁକ ଦେଖିବାକୁ ମିଳିବ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/beingsalmankhanteam

By

Published : Aug 20, 2019, 2:30 PM IST

ହାଇଦ୍ରାବାଦ: ବିଗବସର ପ୍ରତି ସିଜିନରେ ସଲମାନ ଖାନଙ୍କର ଅଲଗା ଅଲଗା ଅନ୍ଦାଜ ଦେଖିବାକୁ ମିଳେ । ଗତ ସିଜିନରେ ପାଇଲଟ, ପଡୋଶୀ ଓ ସିଙ୍ଗର ଲୁକରେ ସଲମାନଙ୍କୁ ଦେଖିବାକୁ ମିଳିଥିଲା । ଖବର ଅନୁସାରେ, ଚଳିତ ବର୍ଷ ଦବଙ୍ଗ-3ର ସୁଟିଂକୁ ଯିବା ପୂର୍ବରୁ ବିଗବସ ପ୍ରମୋ ପାଇଁ ସୁଟିଂ ସାରିଛନ୍ତି ।

ପ୍ରାୟ 4ଟି ପ୍ରମୋ ସୁଟ୍ କରାଯାଇଛି । ପ୍ରମୋର ପ୍ରଥମ ଲୁକରେ ସଲମାନଙ୍କୁ ଷ୍ଟେସନମାଷ୍ଟର ଅନ୍ଦାଜରେ ଦେଖିବାକୁ ମିଳିଛି । ତେବେ ଶୋ' ପ୍ରତିଯୋଗୀଙ୍କ ବିଷୟରେ ସଲମାନ କହିଥିଲେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଶାନ୍ତ ରହିବ ପରିବେଶ ।

ପ୍ରମୋ ସୁଟରେ ସଲମାନ ଖାନଙ୍କ ସହ ନାଗିନ ଫେମ ସୁରଭୀ ଜ୍ୟୋତି ନଜର ଆସିବେ । ଏଯାଏଁ ବିଗବସ-13ର ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇ ନାହିଁ ।

ABOUT THE AUTHOR

...view details