ହାଇଦ୍ରାବାଦ: ବିଗବସ-13ର ପ୍ରଥମ ଏପିସୋଡରେ କଣ ଟାକ୍ସ ମିଳିବ, ତାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । କିନ୍ତୁ ପ୍ରଥମ ଦିନର ଟାକ୍ସକୁ ଦର୍ଶକ ନାପସନ୍ଦ କରିଛନ୍ତି । ପ୍ରଥମ ଏପିସୋଡ ପରେ ହିଁ ଶୋ'କୁ ଟ୍ରୋଲ କରିବା ଆରମ୍ଭ ହୋଇଯାଇଛି ।
ବିଗବସ-13ର ଫାଷ୍ଟ ଟାକ୍ସ, ଦର୍ଶକ କହିଲେ ଫ୍ଲପ୍ - ବିଗବସ-13ର ପ୍ରଥମ ଏପିସୋଡ
ବିଗବସ-13ର ପ୍ରଥମ ଟାକ୍ସ ହେଲା ଫ୍ଲପ୍ । ଦର୍ଶକ କଲେ ଟ୍ରୋଲ ।
ଫଟୋ ସୌଜନ୍ୟ: ଟ୍ବିଟର
ସୋସିଆଲ ମିଡିଆରେ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ସବୁଠୁ ବଡ ଫ୍ଲପ୍ ବୋଲି କୁହାଯାଇଛି । ଚଳିତ ବର୍ଷ ଟାକ୍ସର ପରିଭାଷାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଟାକ୍ସ କରିବା ସମୟରେ କେତେକ ଚିନ୍ତିତ ମଧ୍ୟ ହୋଇଗଲେ । ତେବେ ବିଗବସ ଓ ଘରର ମାଲିକାଣି ଅମିଶାଙ୍କ କଥା ସମସ୍ତଙ୍କୁ ମାନିବାକୁ ପଡିଥିଲା ।