ଓଡିଶା

odisha

ETV Bharat / sitara

ନିର୍ବନ୍ଧ କଲେ ‘ବେଖାୟାଲି’ ଯୋଡି ସଚେତ-ପରମ୍ପରା - ‘ବେଖାୟାଲି’ ଯୋଡି ସଚେତ ଟଣ୍ଡନ-ପରମ୍ପରା ଠାକୁର କଲେ ନିର୍ବନ୍ଧ

‘ବେଖାୟାଲି’ ଯୋଡି ସଚେତ ଟଣ୍ଡନ ଏବଂ ପରମ୍ପରା ଠାକୁର ନିଜ ସମ୍ପର୍କକୁ ଆଗକୁ ବଢ଼ାଇ ନିର୍ବନ୍ଧ କରିଛନ୍ତି । ଏମାନଙ୍କ ନିର୍ବନ୍ଧ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ପ୍ରଶଂସକ । ଅଧିକ ପଢନ୍ତୁ...

bekhayali-singer-sachet-tandon-and-parampara-thakur-are-engaged
‘ବେଖାୟାଲି’ ଯୋଡି ସଚେତ ଟଣ୍ଡନ-ପରମ୍ପରା ଠାକୁର କଲେ ନିର୍ବନ୍ଧ,ଫଟୋ ଭାଇରାଲ୍

By

Published : Nov 28, 2020, 7:56 PM IST

ନୂଆଦିଲ୍ଲୀ : ‘ବେଖାୟାଲି’ ଯୋଡି ସଚେତ ଟଣ୍ଡନ ଏବଂ ପରମ୍ପରା ଠାକୁର ନିଜ ସମ୍ପର୍କକୁ ଆଗକୁ ବଢ଼ାଇ ନିର୍ବନ୍ଧ କରିଛନ୍ତି । ଏମାନଙ୍କ ନିର୍ବନ୍ଧ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ପ୍ରଶଂସକ । ଶନିବାର ଉଭୟଙ୍କ ନିର୍ବନ୍ଧ ଫଟୋ ସାମ୍ମନାକୁ ଆସିବାରୁ ଫ୍ୟାନ୍ସଙ୍କୁ ଏକ ଆଶ୍ଚର୍ଯ୍ୟକର ସରପ୍ରାଇଜ ମିଳିଥିଲା ।

ଏହା ପୂର୍ବରୁ ସଚେତ ଏବଂ ପରମ୍ପରା କେହି ନିଜର ରିଲେନସନଶିପ୍ ବିଷୟରେ କେବେ କାହାକୁ ଜଣାଇନଥିଲେ । ଏବେ ଏମାନଙ୍କ ନିର୍ବନ୍ଧର ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି । ଫଟୋରେ ଦୁହେଁ ପରସ୍ପର ସହ ବହୁତ ଖୁସି ଦେଖାଯାଉଛନ୍ତି ।

ଗତ ବର୍ଷ ସଚେତ ଏବଂ ପରମ୍ପରା ଶାହିଦ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର କବୀର ସିଂଙ୍କ 'ବେଖାୟାଲି' ଗୀତ ସହିତ ସୁନାମ ଅର୍ଜନ କରିଥିଲେ ।

ଇନଷ୍ଟାଗ୍ରାମରେ ଏକ ଫ୍ୟାନ୍ କ୍ଲବ୍ ଏହି ଦମ୍ପତିଙ୍କ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସଚେତ ଫୁଲ ହାତରେ ଧରି ପରମ୍ପରାକୁ ପ୍ରପୋଜ କରୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ପରମ୍ପରା ଖୁସିରେ ସ୍ବିକାର କରିଥିଲେ ।

କ୍ୟାପସନ୍ ରେ ଲେଖାଥିଲା, ଆମ ସୁନ୍ଦର ଦମ୍ପତି ସାରା ଜୀବନ ପାଇଁ ପରସ୍ପରକୁ ବାଛିଛନ୍ତି ।

ପ୍ରକାଶ ଥାଉ ଯେ, ସଚେତ ଏବଂ ପରମ୍ପରା 2015 ରେ ଏକ ଗୀତ ରିଆଲିଟି ସୋରେ ଭାଗ ନେଇଥିଲେ | ଏବେ ସେମାନେ ଏକାଠି ବଲିଉଡ ଚଳଚ୍ଚିତ୍ର ପାଇଁ ଗୀତ କମ୍ପୋଜ କରନ୍ତି । 'କବୀର ସିଂ', 'ଟଏଲେଟ: ଏକ ପ୍ରେମ କଥା' ଏବଂ 'ପଲ ପଲ ଦିଲ କେ ପାସ' ଭଳି ଅନେକ ଚଳଚ୍ଚିତ୍ର ପାଇଁ ଗୀତ କମ୍ପୋଜ କରିଛନ୍ତି ।

For All Latest Updates

ABOUT THE AUTHOR

...view details