ଓଡିଶା

odisha

By

Published : Jul 4, 2020, 3:39 PM IST

ETV Bharat / sitara

ଟିଆରପିର ପ୍ରଥମ ସ୍ଥାନରେ ‘ଶ୍ରୀକ୍ରିଷ୍ଣା’

ଏଥର ମଧ୍ୟ ସବୁ ଧାରାବାହିକକୁ ପଛରେ ପକାଇ ପ୍ରଥମ ସ୍ଥାନ ଅକ୍ତିଆର କରିବାରେ ସଫଳ ରାମାନନ୍ଦ ସାଗରଙ୍କ ନିର୍ମିତ ଧାରାବାହିକ ‘ଶ୍ରୀକ୍ରିଷ୍ଣା’ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: 25 ସପ୍ତାହର ୱାର୍କ ରିପୋର୍ଟ ସାମ୍ନାକୁ ଆସିଯାଇଛି । ଏଥର ବି ଟିଆରପିରେ ଦୂରଦର୍ଶନ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ମୁଖ୍ୟ କଥା ହେଲା ଯେ ଏହି ଚ୍ୟାନେଲ ଲକଡାଇନ ପରଠୁ ଟପ ଲିଷ୍ଟରେ ସାମିଲ ଅଛି । ଯଦି ଓଭରଅଲ କ୍ୟାଟେଗରି ବିଷୟରେ କଥା ହେବା ତେବେ ଏହି ସପ୍ତାହର ପ୍ରଥମ ସ୍ଥାନରେ ଦୂରଦର୍ଶନର ଶୋ ‘ଶ୍ରୀକ୍ରିଷ୍ଣା’ ନିଜ ସ୍ଥାନ ସ୍ଥାପନ କରିଛି ।

ଦୂରଦର୍ଶନରେ ପ୍ରସାରିତ ହେଉଥିବା ‘ଶ୍ରୀକ୍ରିଷ୍ଣା’ ଗତ କିଛି ସପ୍ତାହ ଧରି ନମ୍ବର 1ରେ ରହିଆସୁଛି । ଏହାପୂର୍ବରୁ ‘ରାମାୟଣ’ ଓ ‘ମହାଭାରତ’ ପ୍ରଥମ ସ୍ଥାନ କବଜା କରିଥିଲେ । ହେଲେ ଦୁଇ ଧାରାବାହିକ ପ୍ରସାରଣ ଶେଷ ହେବା ପରେ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି ‘ଶ୍ରୀକ୍ରିଷ୍ଣା’ । ଏହି ସିରିୟଲ ମଧ୍ୟ ରାମାନନ୍ଦ ସାଗର ନିର୍ମାଣ କରିଛନ୍ତି ।

ପ୍ରକାଶ ଥାଉକି 1993ରୁ 1996 ମଧ୍ୟରେ ଦୂରଦର୍ଶରେ ଏହି ସିରିୟଲ ଟେଲିକାଷ୍ଟ କରାଯାଇଥିଲା । ସର୍ବଦମନ ବାନାର୍ଜୀ ଏହି ଶୋରେ ଶ୍ରୀକ୍ରିଷ୍ଣା ଓ ବିଷ୍ଣୁଙ୍କ ଭୂମିକାରେ ଅଭିନୟ କରିଥିଲେ । ସେହିପରି ଯୁବ କ୍ରିଷ୍ଣାଙ୍କ ରୋଲରେ ଫେମସ ଅଭିନେତା ସ୍ବପ୍ନିଲ ଯୋଶୀ ନଜର ଆସିଥିଲେ ।

ABOUT THE AUTHOR

...view details