ମୁମ୍ବାଇ: ହାସ୍ୟ ଅଭିନେତା ତଥା ହୋଷ୍ଟ ବଲରାଜ ତାଙ୍କର ପ୍ରଥମ ଏବଂ ସ୍ୱତନ୍ତ୍ର ମ୍ୟୁଜିକ୍ ଭିଡିଓ 'ଶୁକର କର' ପ୍ରସ୍ତୁତ କରିଛନ୍ତି । ଏହି ମ୍ୟୁଜିକ୍ ଭିଡିଓରେ ପ୍ରିନ୍ସ ନରୁଲା, ଭାରତୀ ସିଂ, କିଶୋର ମରଚାଣ୍ତ., ୟୁଭିକା ଚୌଧୁରୀ ଏବଂ ହର୍ଷ ଲିମ୍ବାଚିଆଙ୍କ ପରି ଟିଲିଭିଜନ ସେଲିବ୍ରିଟିମାନେ ନଜର ଆସିବେ ।
ଏହି ଗୀତଟିକୁ ମଣି ସିଂ ଘୁରିୟାଲ ଲେଖିଛନ୍ତି ଏବଂ ଓଏ କୁନାଲଙ୍କ ଦ୍ୱାରା ରଚନା କରାଯାଇଛି ।
ବଲରାଜ କହିଛନ୍ତି, ନିର୍ମାତା ଭାବରେ ଏହା ମୋର ପ୍ରଥମ ପ୍ରୋଜେକ୍ଟ ଏବଂ ମୁଁ ଆଶା କରେ ଦର୍ଶକମାନେ ଏହାକୁ ବହୁତ ପସନ୍ଦ କରିବେ । ଏହି ଟ୍ରାକ୍ ବର୍ତ୍ତମାନର ପିଢିକୁ ନେଇ ପ୍ରସ୍ତୁତ କରାଯାଇଛି । ସୁୟେଶ ଏହି ଗୀତଟିକୁ ବହୁତ ସୁନ୍ଦର ଭାବରେ ଗାଇଛନ୍ତି ।