ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଯାଇଛି ତୃତୀୟ ଟୀକାକରଣ ପ୍ରକ୍ରିୟା । ଯେଉଁଥିରେ 18 ବର୍ଷରୁ ଉର୍ଦ୍ଧ୍ବ ଲୋକେ ନେଇପାରିବେ ଟିକା । ଗତ 1 ତାରିଖରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟି ଟିକା ନେଉଥିବାର ନଜର ଆସୁଛନ୍ତି । ଟୀକାକରଣ ସମୟରେ ସେଲିବ୍ରିଟି ସେମାନଙ୍କର ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରୁଛନ୍ତି ।
ନିକଟରେ ଅଭିନେତ୍ରୀ ତଥା 'ବିଗବସ୍' ଫେମ ଆରତୀ ସିଂ ଭ୍ୟାକ୍ସିନେସନ ସେଣ୍ଟରରୁ ଟିକା ନେଉଥିବାର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଫଟୋର କ୍ୟାପସନରେ ଆରତୀ ଲେଖିଛନ୍ତି ଯେ, ସେ ଇଞ୍ଜେକ୍ସନକୁ ବହୁତ ଡରୁଛନ୍ତି କିନ୍ତୁ ଆମକୁ ଏହାର ମୁକାବିଲା କରିବାକୁ ପଡିବ । ପ୍ରଥମ ଡୋଜ ନେଲି ।