ଓଡିଶା

odisha

By

Published : May 9, 2020, 8:37 PM IST

ETV Bharat / sitara

ଆରତୀ-ସିଦ୍ଧାର୍ଥ ଦୋସ୍ତିରେ ଫାଟ !

ଶୋର ଫାଇନାଲିଷ୍ଟଙ୍କ ଭିତରେ ଅନ୍ୟତମ ଥିଲେ ଆରତୀ । ସବୁଠୁ କ୍ଲିନ ଗେମ୍ ଖେଳିବାରେ ସେ ସିଦ୍ଧହସ୍ତ ଥିଲେ । ଅଧିକ ପଢନ୍ତୁ...

ଆରତୀ-ସିଦ୍ଧାର୍ଥ ଦୋସ୍ତିରେ ଫାଟ !
ଆରତୀ-ସିଦ୍ଧାର୍ଥ ଦୋସ୍ତିରେ ଫାଟ !

ମୁମ୍ବାଇ: ବିଗ ବସ୍‌ର ସବୁ ସିଜିନ ଭିତରେ ଅଧିକ ଫେମସ ଥିଲା ଶେଷ ସିଜିନ ବିଗ ବସ୍‌ 13 । ଅନେକ ପପୁଲାରିଟି ସହ ଏହାର ଫଲୋୟର୍ସ ବି ଅଧିକ ବଢିଥିଲେ । ସବୁଠୁ ବଡ କଥା ଏହି ଶୋର ସମସ୍ତ ଫାଇନାଲିଷ୍ଟ ବହୁତ ଫେମସ ହୋଇଥିଲେ । ସିଜିନ ସରିବାବେଳକୁ ସେମାନଙ୍କର ଅନେକ ଫ୍ୟାନ୍ସ ହୋଇଯାଇଥିଲେ । ପପୁଲାରିଟି ଦେଖି ଶୋର ସମୟ ଅବଧିକୁ ଅଧିକ ବଢାଯାଇଥିଲା ।

ଶୋର ଫାଇନାଲିଷ୍ଟଙ୍କ ଭିତରେ ଅନ୍ୟତମ ଥିଲେ ଆରତୀ । ସବୁଠୁ କ୍ଲିନ ଗେମ୍ ଖେଳିବାରେ ସେ ସିଦ୍ଧହସ୍ତ ଥିଲେ । ସେଥିପାଇଁ ସେ ଫାଇନାଲରେ ପହଞ୍ଚିପାରିଥିଲେ । ତେବେ ଶୋର ସବୁଠୁ ବେଷ୍ଟ ଫ୍ରେଣ୍ଡସଙ୍କ ଭିତରେ ସିଦ୍ଧାର୍ଥ ଶୁକ୍ଳା ଓ ଆରତୀ ସିଂହଙ୍କ ଦୋସ୍ତି ଥିଲା । ଉଭୟ ଶୋରେ ଅନେକ ସମୟରେ ହାଇଲାଇଟ୍ସରେ ଥିଲେ । ଅନେକ ସମୟରେ ଉଭୟ ନିଜ ଦୋସ୍ତି ବିଷୟରେ କହିଛନ୍ତି । ଶୋ ପରେ ବି ସେମାନଙ୍କ ଦୋସ୍ତି ଜାରି ରହିବ ବୋଲି କହିଥିଲେ ।

ତେବେ ଶୋ ପରେ ଉଭୟ ଷ୍ଟାର ପରସ୍ପରକୁ ଭେଟିନଥିବା ଆରତୀ କହିଛନ୍ତି । ଏପରିକି ସେ ତାଙ୍କୁ ଫୋନ ମଧ୍ୟ କରି କଥା ହୋଇନାହାନ୍ତି । ଯଦିଚ ଆରତୀ କହିଛନ୍ତି ଯେ ସିଦ୍ଧାର୍ଥ ତାଙ୍କର ବେଷ୍ଟ ଫ୍ରେଣ୍ଡସ ଭାବେ ସବୁବେଳେ ରହିବେ ତଥାପି କୌଣସି କାରଣରୁ ଉଭୟଙ୍କର ଭେଟ ହୋଇପାରିନାହିଁ । ଶୋ ପରେ ଉଭୟ ନିଜ ପରିବାର ସହ ଅଧିକ ସମୟ କାଟିଛନ୍ତି । ବିଭିନ୍ନ କାମରେ ବ୍ୟସ୍ତ ରହିଛନ୍ତି । ସିଦ୍ଧାର୍ଥ କଲର୍ସର ଶୋ ମୁଝସେ ଶାଦୀ କରୋଗୀରେ ଆସିଥିଲେ । ହେଲେ ଆରତୀ ଶୋ ପରେ ଲାଇମଲାଇଟରେ ଦେଖା ଦେଇନଥିଲେ । ନିଜ ନିଜ ବ୍ୟସ୍ତତା ଯୋଗୁଁ ଦେଖାହୋଇନଥିବା ଆରତୀ କହିଛନ୍ତି ।

ଏହାସହ ନିକଟ ଅତୀତରେ ତାଙ୍କର ବିବାହ କରିବାର ନାହିଁ ବୋଲି ଆରତୀ ସ୍ପଷ୍ଟ କରିଛନ୍ତି । ଏପର୍ଯ୍ୟନ୍ତ ସେ ତାଙ୍କର ମନ ମଣିଷକୁ ପାଇନାହାନ୍ତି । ସେ ଲଭ ସହ ଆରେଞ୍ଜ ମ୍ୟାରେଜ ଚାହାନ୍ତି ବୋଲି କହିଛନ୍ତି । ଆରତୀ ମଜାରେ କହିଛନ୍ତି ଯେ ଲକଡାଉନରେ ତାଙ୍କୁ ଭାବୀ ପତି ମିଳୁଯାଉ । ସେ ଦେଖା କରିନପାରିଲେ ବି କଥା ହୋଇ ସମୟ କାଟିଦେବେ ବୋଲି କହିଛନ୍ତି ।

ABOUT THE AUTHOR

...view details