ମୁମ୍ବାଇ: ଅଭିନେତା ଅର୍ଜୁନ ବିଜଲାନିଙ୍କ ପତ୍ନୀ ନେହା ସ୍ବାଙ୍କ କୋରୋନା ପଜିଟିଭ ବୋଲି ଜଣାପଡିଛି । ଯାହା ପରେ ଅଭିନେତା ହୋମ କ୍ବାରେଣ୍ଟାଇନ ଅଛନ୍ତି ।
ରବିବାର ଦିନ ଅର୍ଜୁନ ଟ୍ବିଟରରେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖବର ସେୟାର କରିଛନ୍ତି ।
ଅର୍ଜୁନ ଟ୍ବିଟ କରି କହିଛନ୍ତି, "ହାଲୋ, ମୋ ପତ୍ନୀଙ୍କ କୋରୋନା ରିପୋର୍ଟ ପଜିଟିଭ୍ ବାହାରିଛି । ମୁଁ ଏବଂ ମୋ ପରିବାର ଆଗାମୀ 14 ଦିନ ପାଇଁ କ୍ବାରେଣ୍ଟାଇନରେ ଅଛୁ । ଆମେ ବର୍ତ୍ତମାନ ସୁସ୍ଥ ଅଛୁ ।