ଓଡିଶା

odisha

ETV Bharat / sitara

ଆନିମେଡେଟ ଶୋ ‘ତାରକ ମେହତା କା ଉଲ୍ଟା ଚଷମା’ର ଟାଇଟେଲ ଟ୍ରାକ ରିଲିଜ

ଆସନ୍ତା 19 ତାରିଖରେ ପ୍ରସାରଣ ହେବାକୁ ଯାଉଛି ‘ତାରକ ମେହତା କା ଉଲ୍ଟା ଚଷମା’ର ଆନିମେଡେଟ ଭର୍ସନ। ଏବେ ରିଲିଜ ହୋଇଯାଇଛି ଏହାର ଟାଇଟେଲ ଟ୍ରାକ । ଅଧିକ ପଢନ୍ତୁ...

By

Published : Apr 16, 2021, 7:28 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନି ଟିଭି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନି ଟିଭି

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ ଶୋ ‘ତାରକ ମେହତା କା ଉଲ୍ଟା ଚଷମା’ର ଆନିମେଡେଟ ଭର୍ସନକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଏହି କାର୍ଟୁନ୍ ସିରିଏଲରେ ଜେଠାଲାଲର ଆନିମେଟେଡ୍ ଭୂମିକାଠୁ ନେଇ ଅନ୍ୟ ଚରିତ୍ରର ଚିତ୍ରଣ କରାଯାଇଛି । କୁନି କୁନି ପିଲାଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ଇତିମଧ୍ୟରେ ମେକର୍ସ ଏହାର ଟାଇଟେଲ ଟ୍ରାକ ରିଲିଜ କରିଦେଇଛନ୍ତି । ଯେଉଁଥିରେ ଚଷମା ଉଲ୍ଟା ହେବାଠୁ ନେଇ ଛୋଟ ହେବା ପର୍ଯ୍ୟନ୍ତର ସବୁ ଯାତ୍ରାକୁ ପର୍ଯ୍ୟବେଶିତ କରାଯାଇଛି । ଏହାସହ ଗୋକୁଲଧାମ ସୋସାଇଟିର ମନୋରଞ୍ଜନ ଯୋଜନାର ଖୁଲାସା ମଧ୍ୟ ହୋଇଛି ।

ଏହି ଆନିମେଟେଡ ଶୋରେ ଜେଠାଲାଲ, ଦେୟାବେନ, ଟପ୍ପୁ ଓ ବାପୁଜି ଭଳି ସବୁ ଲୋକପ୍ରିୟ ଭୂମିକାକୁ ସାମିଲ କରାଯାଇଛି । ଯାହାର କ୍ରିଏଟର ଅସିତ କୁମାର ମୋଦି । ସେହିପରି ଏହି ଶୋ ସୋନି ୱାଇଏୱାଇରେ ଆସନ୍ତା 19 ତାରିଖଠୁ ପ୍ରସାରଣ ହେବାକୁ ଯାଉଛି । ଏହାକୁ ଦର୍ଶକ ସୋମବାରଠୁ ନେଇ ଶୁକ୍ରବାର ସକାଳ 11.30ରେ ଦେଖିପାରିବେ ।

ଟ୍ରାକ ରିଲିଜ ଅବସରରେ ଅସିତ କହିଛନ୍ତି, ‘ମୋ ଏହି ଶୋକୁ 13 ବର୍ଷ ହୋଇସାରିଛି । 2008 ପରଠାରୁ ପିଲାମାନେ ତାରକ ମେହତା ଓଲ୍ଟା ଚଷମାକୁ ବହୁତ ଉତ୍ସାହର ସହିତ ଦେଖୁଛନ୍ତି । ବର୍ତ୍ତମାନ, ଏହି ଶୋର ନୂଆ ଭର୍ସନ ସହିତ ବୟସ୍କ ଲୋକ ମଧ୍ୟ ସେମାନଙ୍କର ପିଲାଦିନକୁ ମନେ ପକାଇବେ ।’

For All Latest Updates

TAGGED:

ABOUT THE AUTHOR

...view details